ରେକର୍ଡ : ୨୪ ଘଣ୍ଟାରେ ୧୨୯ ପଜିଟିଭ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮କୁ ବୃଦ୍ଧି

0 214

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି । ରବିବାର ରେକର୍ଡ ସଂଖ୍ୟାକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଏକ ରେକର୍ଡ ବୋଲି କୁହାଯାଉଛି । ଆଗରୁ କେବେ ଏକାସାଙ୍ଗରେ ଏତେ ସଂଖ୍ୟାକ ପଜିଟିଭ ଚିହ୍ନଟ ହୋଇନଥିଲେ । ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଧିକ ୧୮ ହୋଇଥିବା ବେଳେ ଗଞ୍ଜାମରୁ ୧୦, ଯାଜପୁରରୁ ୧୦, ବାଲେଶ୍ୱରରୁ ୬, ଖୋର୍ଦ୍ଧାରୁ ୭, କଟକରୁ ୫, ପୁରୀରୁ ୪, ବଲାଙ୍ଗୀରରୁ ୧୧, ଜଗତସିଂହପୁରରୁ ୨, ସୁନ୍ଦରଗଡରୁ ୬, ଗଜପତିରୁ ୧୬, ଦେବଗଡରୁ ୪, ନୂଆପଡାରୁ ୧୨, କେନ୍ଦୁଝରରୁ ୩, ମୟୁରଭଞ୍ଜରୁ ୬, ମାଲକାନାଗିରିରୁ ୧, ଢେଙ୍କାନାଳାରୁ ଓ ସମ୍ବଲପୁରରୁ ଜଣେ ଜଣେ ରହିଛନ୍ତି । ଆଜିର ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୧୯୪୮ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୮୮୯ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୧୦୫୦ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ୭ଜଣଙ୍କର ଏହି ବିଶ୍ୱ ମହାମାରୀ ରୋଗରେ ଜୀବନ ଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୱେବସାଇଟ ଜରିଆରେ ସୂଚନା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

7 + 16 =