ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି ଅସହାୟ ମହିଳା

0 155

ଫୁଲବାଣୀ,୨୮/୪- କନ୍ଧମାଳଜିଲ୍ଲା ଫିରିଙ୍ଗିଆ ବ୍ଳକର ରବିଙ୍ଗିଆ ଗ୍ରାମର ପ୍ରତାପ କହଁର ୨୦୦୯ ଜୁନରେ ଖଜୁରୀପଡ଼ା ଦରଡି ଗ୍ରାମର ସ୍ୱର୍ଣ୍ଣପ୍ରଭାଙ୍କୁ ବିବାହ କରିଥିଲେ । ପ୍ରତାପଙ୍କ ଗୋଟଏ ଝିଅ ଓ ଗୋଟଏ ପୁଅ ଥିବା ସତ୍ତେ୍ୱ ସେ ଅନ୍ୟ ଜଣଙ୍କୁ ବିବାହ କରିଥିବା ଅଭିଯୋଗ ନେଇ ସ୍ୱର୍ଣ୍ଣପ୍ରଭା ଆଜି ଫୁଲବାଣୀ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗତ କିଛି ବର୍ଷ ହେଲା ସ୍ୱର୍ଣ୍ଣପ୍ରଭା ଓ ସ୍ୱାମୀ ପ୍ରତାପ ଙ୍କ ମଧ୍ୟରେ ଝଗଡ଼ା ହୋଇଥିବାରୁ ପ୍ରତାପଙ୍କ ପରିବାର ସ୍ୱର୍ଣ୍ଣପ୍ରଭାଙ୍କୁ ଘରୁ ତଡ଼ି ଦେଇଥିଲେ । ଯାହାଫଳରେ ସେ ଖଜୁରୀପଡ଼ା ନିଜ ବାପାଙ୍କ ଘରେ ଦୁଇ ପିଲାଙ୍କୁ ନେଇ ଆଶ୍ରୟ ନେଉଥିଲେ । ନିଜ ସ୍ୱାମୀ ଦ୍ୱିତୀୟ ବିବାହ କରିଛନ୍ତି ଓ ତାଙ୍କର ଗୋଟଏ ପିଲା ହୋଇଛି ଜାଣି ଫିରିଙ୍ଗିଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କରିବା ପରେ ଥାନା ଅଧିକାରୀ ଶୁଣିନଥିବାରୁ ଆଜି ସେ ଏସପିଙ୍କ କାର୍ଯ୍ୟାଳୟରେ ନ୍ୟାୟ ପାଇଁ ଦ୍ୱାରସ୍ଥ ହୋଇଛନ୍ତି । ନିଜ ସ୍ୱାମୀଙ୍କୁ ଫେରିପାଇବା ପାଇଁ ଆକୁଳ ନିବେଦନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

one + 18 =