ପେଶାରେ ଖବରକାଗଜ ବିତରକ ହେଲେ ନିଶା ସମାଜସେବା

0 404

ସୁବର୍ଣ୍ଣପୁର,୨୮/୪- ଏବେ ସମଗ୍ର ମାନବ ସମାଜ କରୋନା କବଳରୁ ମୁକ୍ତି ପାଇଁ ସଂଘର୍ଷ କରୁଥିବା ବେଳେ କିଛି ଆଗଧାଡିର ଯୋଦ୍ଧା କିନ୍ତୁ ନିଜ ଜୀବନକୁ ବାଜିଲଗାଇ ସମାଜର ମଙ୍ଗଳପାଇଁ କାମ କରୁଥିବା ଦେଖାଯାଏ । ଏମିତି ଏକ ବ୍ୟକ୍ତି ସମାଜରେ ସଚେତନତାର ବାର୍ତ୍ତା ଦେଇ ଏବେ ସାମାଜିକ ଗଣମାଧ୍ୟମରେ ବେଶ ଲୋକପ୍ରିୟ ହୋଇପାରିଛନ୍ତି । ପିଲାଟି ଦିନରୁ ବୃତ୍ତିରେ ଜଣେ ଖବରକାଗଜ ବିତରକ ଥିବା ସୋନପୁର ବଡ଼ବଜାରର ବାସିନ୍ଦା ଯୁଧିଷ୍ଟିର ସାହୁ ନିଜେ ସାମ୍ବାଦିକତା ମଧ୍ୟ କରନ୍ତି । ହେଲେ ବିଭିନ୍ନ ସମୟରେ ସମାଜରେ ଯେବେ କୌଣସି ବିପତ୍ତି ବା ମହାମାରୀ ଭଳି ସଙ୍କଟ ଦେଖାଯାଏ ସେତେବେଳେ ଏକ ଦେବଦୂତ ଭଳି ଦେଖାଦିଅନ୍ତି ସେ । ଏବେ ଯେମିତି ସେ କରୋନା ମହାମାରୀ ର ମୁକାବିଲା ନିମନ୍ତେ ସମାଜରେ ସଚେତନତାର ବାର୍ତ୍ତା ବାଣ୍ଟିବା କାମରେ ଲାଗିପଡିଛନ୍ତି । ପ୍ରତିଦିନ ପ୍ରାତଃ ସମୟରୁ ସାଇକେଲରେ ସେ କରୋନା ସଚେତନତା ବାର୍ତ୍ତା ଲେଖାଥିବା ପ୍ଳାକାର୍ଡ଼ ସହ ବିଭିନ୍ନ ସାହି ଗଳି ମାନଙ୍କରେ ବିଚରଣ କରନ୍ତି । ବିଶେଷକରି ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବା ଓ ସାବୁନରେ ବାରମ୍ବାର ହାତ ଧୋଇବା ପାଇଁ ସେ ସମସ୍ତଙ୍କୁ ପ୍ରବର୍ତ୍ତାଇଥାନ୍ତି । ଏପରିକି ବିଭିନ୍ନ ସମୟରେ ସେ ସମସ୍ତଙ୍କୁ ମାସ୍କ ବାଣ୍ଟିବା ସହ ହାତଧୋଇବା ସାବୁନ ମଧ୍ୟ ବାଣ୍ଟିିଥାନ୍ତି । ବଜାର ଘାଟରେ ଅଯଥା ଗହଳି ଦେଖିଲେ ସେ ସେମାନଙ୍କୁ ଅତି ବିନମ୍ରତା ସହ ଭିଡ ନକରିବାପାଇଁ ବାରଣ କରି ବେଳେବେଳେ ଆମାନିଆଙ୍କର ଆକ୍ରୋଶର ଶିକାର ମଧ୍ୟ ହୁଅନ୍ତି ହେଲେବି ମନରେ ତାଙ୍କର ଟିକେ ବି ଦୁଃଖ ନଥାଏ ସେ କୁହନ୍ତି ମୋର କର୍ତ୍ତବ୍ୟ ଭିତରେ ଯଦି କାଣିଚାଏ ମଧ୍ୟ ମୁଁ କାହାର କାମରେ ଆସିପାରିଲି ବା ଯଦି ଜଣଙ୍କ ଉପରେ ମଧ୍ୟ ମୋର ଏଇ ସଚେତନତା ବାର୍ତ୍ତାର ପ୍ରଭାବ ପହଞ୍ଚି ପାରିଲା ତାହେଲେ ତ ମୁ ଶତପ୍ରତି ସଫଳତା ପାଇଲି ବୋଲି ସେ ଦୃଢୋକ୍ତି ପ୍ରକାଶ କରନ୍ତି । ସେ ଯାହା ହେଉ ଯୁଧିଷ୍ଟିରଙ୍କ ଏପରି ଉଦ୍ୟମକୁ ସହରର ସବୁମହଲରେ ପ୍ରଶଂସା ମିଳିଥିବାବେଳେ କରୋନା ମହାମାରୀକୁ ହଟାଇବା କ୍ଷେତ୍ରରେ ଏକ ସମ୍ମୁଖ ଯୋଦ୍ଧା ଭାବରେ ନିଜର ଏକ ବଳିଷ୍ଠ ନମୁନା ପ୍ରତିପାଦନ କରିପାରିଛନ୍ତି ।

hiranchal ad1
Leave A Reply

Your email address will not be published.

eight − 3 =