ଘରୋଇ ସ୍କୁଲ୍ ଅଧ୍ୟକ୍ଷା ନିଖୋଜ ଘଟଣା; ପୋଲିସ ହେପାଜତରୁ ସ୍କୁଲ ପରିଚାଳନା କମିଟି ସଭାପତି ଚମ୍ପଟ

0 64

କଳାହାଣ୍ଡି : ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ନିଖୋଜ ଘଟଣାରେ ପୋଲିସ୍ ହେପାଜତ୍ ରୁ ଚମ୍ପଟ ମାରିଲେ ସ୍କୁଲ୍ ପରିଚାଳନା କମିଟି ସଭାପତି । ତାଙ୍କ ନାଁ ଗୋବିନ୍ଦ ସାହୁ ହୋଇଥିବା ସୁଚନା ମିଳିଛି । ପୋଲିସର କହିବା ମୂତାବିକ୍ ଗତକାଲି ବିଳମ୍ବିତ ରାତିରେ ଟିଟିଲାଗଡ଼ ଥାନା ପୋଲିସ୍ ବ୍ୟାରେଜ୍‌ରୁ ଚମ୍ପଟ ମାରିଛନ୍ତି ଗୋବିନ୍ଦ ସାହୁ । ଅଧ୍ୟକ୍ଷା ନିଖୋଜ ହେବା ଘଟଣାରେ ଗୋବିନ୍ଦଙ୍କୁ ଅଟକ ରଖିଥିଲା ପୋଲିସ୍ । ସୁଚନା ଅନୁସାରେ ଗତ ୭ତାରିଖ ରୁ ମହାଳିଙ୍ଗ ଘରୋଇ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ନିଖୋଜ ଅଛନ୍ତି । ତାଙ୍କ ପରିବାର ଲୋକେ ସାଙ୍ଗ ସାଥି ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କଲାପରେ କୌଣସି ସଠିକ ତଥ୍ୟ ନ ପାଇବାରୁ ସିନ୍ଧେକଳା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।  ଏହି ଅଭିଯୋଗ କୁ ନେଇ ସିନ୍ଧେକଳା ପୋଲିସ ତଦନ୍ତ ଜାରି ରଖିଛି । ଶେଷରେ ଗତ ୧୨ ତାରିଖରେ ବଲାଙ୍ଗୀର ଏସଡ଼ିପିଓ ଏବଂ ସିନ୍ଧେକଳା ପୋଲିସ ଗାଁ କୁ ଆସି ଘରୋଇ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ଉଠାଇ ନେଇଥିଲେ ।

hiranchal ad1
Leave A Reply

Your email address will not be published.

17 + 9 =