ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ଜବତ ହେଲା ୨୪ଲକ୍ଷ ଟଙ୍କାର ହାର

0 138

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି । ଗତକାଲି ଭିଜିଲାନ୍ସ ପ୍ରଦୀପ ପାଣିଗ୍ରାହୀଙ୍କ ଘର ସହ ସମ୍ପର୍କୀୟଙ୍କ ୧୫ଟି ସ୍ଥାନରେ ରେଡ୍ କରିଥିଲା । ଚଢ଼ାଉ ବେଳେ ଭାରତର ସବୁଠୁ ବଡ଼ ଡିଜାଇନର ସବ୍ୟସାଚୀ ବ୍ରାଣ୍ଡର ଏକ ହାର ଜବତ ହୋଇଛି। ସବ୍ୟସାଚୀ ବ୍ରାଣ୍ଡର ୧୪୪୦ ଗ୍ରାମର ସୁନା ହାର  ପ୍ରଦୀପଙ୍କ ଘରୁ ଜବତ କରିଛି କଟକ ଭିଜିଲାନ୍ସ । ଜବତ ହାରର ମୂଲ୍ୟ ୨୪.୨୫ ଲକ୍ଷ ଟଙ୍କା ହେବ ।ଏଥିସହ ପ୍ରଦୀପଙ୍କ ଘରୁ ବହୁ ବ୍ୟାଙ୍କ ଆକାଉଣ୍ଟ ସହ କାଗଜପତ୍ର ଜବତ କରାଯାଇଛି । ପ୍ରଦୀପ ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବା ଲାଗି ଭିଜିଲାନ୍ସ ପଦକ୍ଷେପ ନେଉଛି । ସର୍ଚ୍ଚ ବେଳେ ଜବତ ହୋଇଥିବା କାଗଜପତ୍ର ଯାଞ୍ଚ ଭିଜିଲାନ୍ସ ସହ ଚାର୍ଟାଜ ଆକାଉଣ୍ଟାଣ୍ଟ ଏବଂ ବ୍ୟାଙ୍କିଂ କନସଲଣ୍ଟାଣ୍ଟ ଯାଞ୍ଚ କରୁଛନ୍ତି । ଭିଜିଲାନ୍ସର ସାଇବର ସେଲ୍ ଜବତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀରୁ ତଥ୍ୟ ଖୋଜିବ । ଏବେବି ତଦନ୍ତ ଜାରି ରହିଛି ।ପ୍ରଦୀପ ପାଣିଗ୍ରାହୀଙ୍କ ଘର ସମେତ ତାଙ୍କ ସହଯୋଗୀ ଓ ସମ୍ପର୍କୀୟ ଏଭଳି ୧୫ଟି ରେଡ୍ କରିଥିଲା ଭିଜିଲାନ୍ସ । ଦୀର୍ଘ ୨୩ ଘଣ୍ଟା ଧରି ପ୍ରଦୀପଙ୍କ ଘରେ ରେଡ୍ ଚାଲିଥିଲା । 

hiranchal ad1
Leave A Reply

Your email address will not be published.

19 + 8 =