ପାରଳାଖେମୁଣ୍ଡିରେ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳନ

0 68

ପାରଳାଖେମୁଣ୍ଡି: ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୭ତମ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ କଂଗ୍ରେସ ଦଳର ନେତା ଓ କର୍ମୀମାନେ ଏକତ୍ରିତ ହୋଇ ସ୍ୱର୍ଗୀୟ ରାଜୀବ ଗାନ୍ଧଷଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏଥି ସହିତ ଗାନ୍ଧୀଙ୍କ ଗୁଣଗାନ କରିବା ସହ ତାଙ୍କର ନୀତୀଆଦର୍ଶ ରେ କଂଗ୍ରେସ ଦଳର ନେତା କର୍ମୀ ଅନୁପ୍ରାଣିତ ହୋଇ ଆଗାମୀ ଦିନମାନଙ୍କ ରେ ଦଳକୁ ଆଗକୁ ବଢ଼ାଇବା ନିମନ୍ତେ ସମସ୍ତ ଙ୍କ ମତ ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସଂଜୟ ଅଧିକାରୀ, ଅଭିମନ୍ୟୁ ପଣ୍ଡା,ତ୍ରୀନାଥ ପାତ୍ର, ବାବୁଲି ସାହୁ, ଈଶ୍ୱର ମାଝି, ମନୋଜ ସାହୁ, ମୁନା ମହାରଣା, ପାର୍ଥ ପାଳ, କୃଷ୍ଣ ବେହେରା, ସୂର୍ଯ୍ୟ ନାରାୟଣ ପାତ୍ର ଯୁବ କଂଗ୍ରେସ ସଭାପତି, ବସନ୍ତ କୁମାର ପଣ୍ଡା ନଗର କଂଗ୍ରେସ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

2 × two =