ଦୁର୍ଗମ ହୁଲକି ଗ୍ରାମରେ ପଂହଚି ଗ୍ରାମବାସୀଙ୍କ ସମସ୍ୟା ବୁଝିଲେ ରାୟଗଡ ବିଡିଓ, ରାସ୍ତା ଓ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶୃତି

0 57

ରାୟଗଡ/୨୨/୭: “ବିକାଶର ଅପହଂଚରେ ହୁଲକି ଗ୍ରାମ”,ଗାଁକୁ ରାସ୍ତା ନ ଥିବାରୁ ଗର୍ଭଯନ୍ତ୍ରଣା ସହ ୨କିଲୋମିଟର ଦୂର ଚାଲିଲେ ଗର୍ଭବତୀ ମହିଳା’ଶୀର୍ଷକ ଏକ ଖବର ଗତ ଜୁଲାଇ ୧୫ ତାରିଖରେ ପ୍ରକାଶିତ ହେବା ପରେ ଚର୍ଚ୍ଚା ପରିସରକୁ ଆସିଥିଲା ରାୟଗଡ ଜିଲ୍ଳା ତାଡମା ଗ୍ରାମ ପଂଚାୟତ ଅଧିନସ୍ଥ ହୁଲକି ଗ୍ରାମ । ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ନାରାୟଣ ସାବତ ହୁଲକି ଗ୍ରାମର ଅସଲ ଚିତ୍ରକୁ ଦେଖିବା ପାଇଁ ଦୁର୍ଗମ ଅଂଚଳର ଏହି ଗ୍ରାମକୁ ଗତ ଜୁଲାଇ ୨୦ତାରିଖରେ ପରିଦର୍ଶନରେ ଯାଇଥିଲେ । ଗାଁକୁ ପକ୍କା ରାସ୍ତାଟିଏ ନ ଥିବାରୁ କାଦୁଅ ପଚ ପଚ ଖାଲଢିପ କଚ୍‌ଚା ମାଟି ରାସ୍ତାରେ ଚାଲି ଚାଲି ଗମନାଗମନ କ୍ଷେତ୍ରରେ ଗ୍ରାମବାସୀଙ୍କ ୈନନ୍ଦିନ ଅସୁବିଧାକୁ ନିଜେ ହୃଦୟଙ୍ଗମ କରିପାରିଥିଲେ ବିଡିଓ ଶ୍ରୀ ସାବତ । ଗାଁରେ ପହଂଚିବା ପରେ ଅପହଂଚ ଇଲାକାର ହୁଲକି ଗ୍ରାମବାସୀଙ୍କ ସହ ସରକାରଙ୍କ ତରଫରୁ ମିଳୁଥିବା ବିଭିନ୍ନ ସୁବିଧାସୁଯୋଗ ବିଷୟରେ ଆଲୋଚନା କରିଥିଲେ । ଯେମିତି କୈାଣସି ବି ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବଂଚିତ ନ ହେବେ ସେଥି ନିମନ୍ତେ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ । ଗାଁକୁ ରାସ୍ତା ନ ଥିବାରୁ ଗାଁରେ ଥିବା ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି ପିଲାମାନେ ଅଥବା ବୃଦ୍ଧବୃଦ୍ଧା ସହ ରୋଗୀମାନଙ୍କ ନିମନ୍ତେ ଉପୁଜୁଥିବା ସମସ୍ୟାର ସମାଧାନ ନିମନ୍ତେ ଚାଲିଥିବା ରାସ୍ତା କାମକୁ ସଂପୂର୍ଣ୍ଣ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ । ସେହିପରି ଗ୍ରାମରେ ୨୨ଘର ପରିବାରର ଶହେରୁ ଉର୍ଦ୍ଧ ଲୋକସଂଖ୍ୟା ଥିବା ବେଳେ ଗାଁରେ ଥିବା ନୂଳକୂପକୁ ନେଇ ଗ୍ରାମବାସୀଙ୍କ ଅଭିଯୋଗକୁ ଶୁଣି ସମସ୍ୟାର ସମାଧାନ ପାଇଁ ମଧ୍ୟ କହିଥିଲେ । ହୁଲକି ଗ୍ରାମବାସୀଙ୍କ ଠାରେ ଅନ୍ୟ ସବୁ ସରକାରୀ ସୁବିଧା ପଂହଚୁଥିଲେ ସୁଦ୍ଧା ପକ୍କା ରାସ୍ତା ନିର୍ମାଣ ହୋଇଗଲେ ଗ୍ରାମର ଅଧିକ ଉନ୍ନତୀ ହୋଇପାରିବ ବୋଲି ବିଡିଓ ଶ୍ରୀ ସାବତ ସୂଚନା ପ୍ରଦାନ କରିଛନ୍ତି । ବିଡିଓଙ୍କ ଏହି ଗସ୍ତ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ୈତାରୀ ଟୁଡୁ,କନିଷ୍ଠ ଯନ୍ତ୍ରୀ ଶ୍ରୀ ଭଟ୍ଟରାୟ,ପଂଚାୟତ ନିର୍ବାହୀ ଅଧିକାରୀ ଶିବ ଦାସଙ୍କ ସମେତ ଜିଆରଏସ ଓ ସମିତି ସଭ୍ୟ ପ୍ରହଲାଦ ପ୍ରମୁଖ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

fourteen − 9 =