ପୂଜକଙ୍କ ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ, ରାୟଗଡ ଥାନା ପୋଲିସର ତଦନ୍ତ ଜାରି

0 47

ରାୟଗଡ/୩୧/୭: ରାୟଗଡ ସହରରେ ଗତ କିଛି ମାସ ଧରି ହେଉଥିବା ଚୋରି ମାମଲାଗୁଡିକର ସମାଧାନ କ୍ଷେତ୍ରରେ ଦୁର୍ବୁତ୍ତ ମାନଙ୍କୁ ଧରିବାରେ ପୋଲିସ ବିଫଳ ହେଉଥିବାବେଳେ ପୁଣିଥରେ ପୋଲିସକୁ ଚ୍ୟାଲେଞ୍ଜ ସଦୃଶ ଏକ ବଡଧରଣର ଚୋରି ହୋଇଛି । ସହରର ରୟତ କଲୋନୀ ଷଷ୍ଠ ଲାଇନରେ ରହୁଥିବା ସ୍ଥାନୀୟ କୋରାପୁଟ ଛକ ନିକଟରେ ଥିବା ଶିବ ମନ୍ଦିରର ପୂଜକ ବି.ଗଣେଶ ଶର୍ମାଙ୍କ ଘରେ । ଗତ ରବିବାର ଦିନ ଘରେ ତାଲା ପକାଇ ପୂଜକ ଗଣେଶ ଓ ତାଙ୍କ ବୃଦ୍ଧା ମା ଆନ୍ଧ୍ରପ୍ରଦେଶର ପାଲକୋଣ୍ଡାରେ ରହୁଥିବା ନିଜ ସଂପର୍କୀୟଙ୍କ ଘରକୁ ଯାଇଥିଲେ । ଆଜି ସକାଳେ ରାୟଗଡକୁ ଫେରି ନିଜ ଘରେ ପଂହଚିଥିଲେ । ତେବେ ଘର ମୁଖ୍ୟ କବାଟ ଗେଡା ଭାଙ୍ଗିଥିବା ଦେଖିବାକୁ ପାଇ ଘରେ ଚୋରି ହୋଇଥିବା ଜାଣିବାକୁ ପାଇ ତୁରନ୍ତ ରାୟଗଡ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ରାୟଗଡ ଏସଡିପିଓ ଦିବ୍ୟଜ୍ୟୋତି ଦାସ,ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନ,ସବ ଇନ୍ସପେକ୍ଟର ମାନସ କୁମାର ସାହୁ,ଏଏସଆଇ ପି.ରାବଣାଙ୍କ ସମେତ ଡଗ୍‌ ସ୍କାର୍ଡ ଓ ସାଇଂଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଥିଲେ । ଘର ବିକ୍ରି ସମ୍ବନ୍ଧୀୟ ରଖାଯାଇଥିବା ନଗଦ ୩୦ ଲକ୍ଷ ଟଙ୍କା ସମତେ ୧୦ଭରି ସୁନା ଓ ରୂପା ଅଳଙ୍କାରକୁ ଦୁର୍ବୁତ୍ତମାନେ ଚୋରି କରି ନେଇଥିବା ପୂଜକ ଗଣେଶ ପୋଲିସକୁ ଜଣାଇଥିଲେ । ଡଗସ୍କ୍ୱାର୍ଡର ଅନୁସନ୍ଧାନୀ କୁକୁର ଘଟଣାସ୍ଥଳ ରୟତ କଲୋନୀରୁ ଆସି ସିଧା ଅଭିଯୋଗକାରୀଙ୍କ ବଡ ଭାଇ ପୂଜକ ବି.ସାଇ ଶର୍ମା ରହୁଥିବା କୋରାପୁଟ ଛକ ନିକଟସ୍ଥ ଶିବ ମନ୍ଦିର ପରିସରରେ ଥିବା ଘରେ ପଂହଚିଥିଲା । ଯାହାକୁ ନେଇ ପ୍ରାଥିମକ ତଦନ୍ତରେ ପୋଲିସ ବଡଭାଇ ସାଇ ଉପରେ ସନ୍ଦେହ କରିଥିବା ବେଳେ ସାଇଙ୍କ ଘରୁ ପୋଲିସକୁ କୈାଣସି ସୁରାକ୍‌ ମିଳିପାରି ନଥିଲା । ପରେ ପୋଲିସ ସେଠାରୁ ଫେରି ଆସିଥିବା ବେଳେ ତଦନ୍ତ ଜାରି ରହିଛି ଏବଂ ଯଥାଶୀଘ୍ର ଚୋରି ଘଟଣାରେ ସଂପୃକ୍ତ ଦୁର୍ବୁତ୍ତମାନଙ୍କୁ ଗିରଫ କରାଯିବ ବୋଲି ଏସଡିପିଓ ଶ୍ରୀ ଦାସ ସୂଚନା ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

20 − 5 =