ଭ୍ରଷ୍ଟାଚାର ପାଇଁ ଗିରଫ ବିରଞ୍ଚି ନାରାୟଣ ସାହୁଙ୍କ ମାମଲାରେ ସିବିଆଇ ତଦନ୍ତ ଦାବି

0 76

ସମ୍ବଲପୁର, ୩୧/୭- ଓଡ଼ିଶା ଷ୍ଟାଫ ସିଲେକଶନ ବୋର୍ଡର ଜଣେ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବଙ୍କୁ ବ୍ୟାପକ ଭ୍ରଷ୍ଟାଚାର ଅଭିଯୋଗରେ ଗିରଫ କରାଯାଇଛି । ଗତକାଲି ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉରେ ପ୍ରାୟ ୩.୭୯ କୋଟି ଟଙ୍କାର ସୁନା, ନଗଦଟଙ୍କା ଓ ଆୟ ବହିର୍ଭୁତ ସଂପତ୍ତି ଠାବ କରାଯାଇଛି । ଏହି ବାବଦରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ସଭାପତି ଇରାଶିଶ ଆଚାର୍ଯ୍ୟ ସିବିଆଇ ଦ୍ୱାରା ତଦନ୍ତ ଦାବି କରିଛନ୍ତି । ସେ କହିଛନ୍ତି ଯେ ଏତେ ବଡ଼ ଆକାରରେ ଭ୍ରଷ୍ଟାଚାର ପାଇଁ କେବଳ ଜଣକୁ ଦାୟୀ କରାଯାଇପାରିବ ନାହିଁ । ଏକ ଛୋଟ ମାଛକୁ ଧରି ବଡ଼ବଡ଼ିଆ ଙ୍କୁ ଖସାଇ ଦେବାକୁ ଉଦ୍ୟମ କରାଯାଉଛି । ଏଥିରେ ସମ୍ପୃକ୍ତ ବଡ଼ବଡ଼ିଆଙ୍କ ଦେହରେ ହାତ ମାରିବା ପାଇଁ ରାଜ୍ୟ ସରକାରଙ୍କ ଭିଜିଲାନ୍ସ ବିଭାଗ ସାହସ କରିପାରିବ ନାହିଁ । ଏଣୁ ଏହି ମାମଲାରେ କାହାରିକୁ ଘଣ୍ଟ ଘୋଡ଼ାଇବାକୁ ଆଉ ଚେଷ୍ଟା ନକରିବା ସହିତ ସମ୍ପୂର୍ଣ୍ଣ ପାରଦର୍ଶିତା ପାଇଁ ଏହାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ସେ ଦାବି କରିଛନ୍ତି । ଏହି ଅବସରରେ ପାର୍ଟିର ଜିଲ୍ଲା ସଭାପତି ଗିରିଶ ପଟେଲ, ରାଜ୍ୟ ଉପସଭାପତି ଓ ରେଙ୍ଗାଲି ବିଧାୟକ ନାଉରି ନାଏକ, ଯୁବମୋର୍ଚ୍ଚା ନେତା ଅଶ୍ୱିନୀ ମାଝୀଙ୍କ ସହିତ ଅନ୍ୟମାନେ ମଞ୍ଚାସୀନ ରହି ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

four + 5 =