ଚାରମାଳ ଥାନାରେ ରକ୍ତଦାନ ଶିବିର: ୬୬ ୟୁନିଟ ରକ୍ତ ସଂଗ୍ରହ

0 51

ସମ୍ବଲପୁର, ୩୧/୭- ସ୍ଥାନୀୟ ଚାରମାଳ ଥାନାରେ ଜିଲ୍ଲା ପୁଲିସ ପକ୍ଷରୁ ଆଜି ଆୟୋଜିତ ଏକ ରକ୍ତଦାନ ଶିବିରରେ ୬୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଆଜି ସକାଳେ ଜିଲ୍ଲା ପୁଲିସ ଅଧିକ୍ଷକ ବାତୁଲା ଗଙ୍ଗାଧର ଏହି ଶିବିରର ଉଦଘାଟନ କରି ଅଧିକରୁ ଅଧିକ ପୁଲିସ କର୍ମଚାରୀ ଏଥିପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ତାଙ୍କରି ଆହ୍ୱାନକ୍ରମେ ସେଠାକାର ବହୁସଂଖ୍ୟକ ପୁଲିସ କର୍ମଚାରୀ ଓ ଅଧିକାରୀ ରକ୍ତଦାନ କରିବାପାଇଁ ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇଥିଲେ । ଏହାଦ୍ୱାରା ସମାଜରେ ପୁଲିସର ଭାବମୂର୍ତ୍ତି ଆହୁରି ଉଜ୍ଜ୍ୱଳ ହେବ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

4 × five =