ଭିଜିଲାନ୍ସ ଜାଲରେ ରାୟଗଡା ଜିଲ୍ଲା ଅବକାରୀ ଅଧୀକ୍ଷକ

0 54

ରାୟଗଡା : ୬ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରାୟଗଡ ଅବକାରୀ ଅଧିକ୍ଷକ ନିନା ବେଉରା । ରାୟଗଡ଼ାରୁ ଭୁବନେଶ୍ୱର ଯିବା ସମୟରେ ଧରିଲା ଓଡିଶା ଭିଜିଲାନ୍ସ ଟିମ । ଜବତ ନଗଦ ୬ ଲକ୍ଷ ଟଙ୍କା ବିଷୟରେ ସେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ନିନାଙ୍କୁ ଗିରଫ କରିଛି ଭିଜଲାନ୍ସ । ଏହାପରେ ତାଙ୍କ ଘର, ଅଫିସ ଓ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ଜାରି ରହିଥିବା ଜଣାପଡିଛି । ରାୟଗଡା ସହର ରାଣୀଗୁଡା ଫାର୍ମ ସ୍ଥିତ ଅବକାରୀ ଅଧୀକ୍ଷକ ନିନାଙ୍କ ଭଡାଘରେ ରାୟଗଡା ଭିଜିଲାନ୍ସ ଟିମ ପକ୍ଷରୁ ସିଲ କରାଯାଇଥିବା ବେଳେ ତାଙ୍କ ଉପସ୍ଥିତିରେ ଯାଂଚ କରାଯିବ ବୋଲି ଜଣାପଡିଛି । ଅପର ପକ୍ଷରେ ନିନାଙ୍କ ସ୍ୱାମୀ ନିହାର ରଞ୍ଜନ ଦାସ ମାହାଙ୍ଗା ଥାନା ଅଧିକାରୀ ରହିଛନ୍ତି ଏବଂ ମାହାଙ୍ଗା ସ୍ଥିତି କ୍ୱାର୍ଟରରେ ମଧ୍ୟ ରେଡ୍‌ ହୋଇଛି କିନ୍ତୁ ଏହି ଭିଜିଲାନ୍ସ ଚଢ଼ାଉରୁ ବର୍ତ୍ତିବାକୁ ନିଜେ ଆଇଆଇସି କ୍ୱାର୍ଟରରେ ତାଲା ପକାଇ ଚାଲିଯାଇଥିବା ସୂଚନା ମିଳିଛି । ତେବେ ତାଙ୍କୁ ଶୀଘ୍ର ଭୁବନେଶ୍ୱର ଭିଜିଲାନ୍ସ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

19 − 8 =