ପୃଥକ ପୃଥକ ସଡକ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର

0 96

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ବଣାଇ ଅଞ୍ଚଳରେ ବୁଧବାର ପୃଥକ୍ ପୃଥକ୍ ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଛି ।

hiring

ଗୁରୁଣ୍ଡିଆ ଥାନାର କୁଣ୍ଡେଇ ଡିହା ଅଞ୍ଚଳରେ ଏକ ମୋଟର ସାଇକେଲରେ ତେଲ ନେବାକୁ ଆସିଥିବା ବେଳେ ରାସ୍ତା କଡରେ ଏକ ପିଲରରେ ବାଇକ ପିଟି ହେବାରୁ ଘଟଣାସ୍ଥଳେ କାର୍ତିକ ଓଢାଙ୍କର ମୃତ ହୋଇଛି । ସେପଟେ ଗୋବିନ୍ଦ ନାୟକ, ପୁନେଇ ଓରାମ୍ ଗୁରୁତର ଭାବେ ଆହତ ହୋଇ ରାଉରକେଲାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି ।

ସେହିପରି ଟିକାୟତ୍ ପାଲି ଥାନାର ନାଗାଡ଼ିହି ଅଞ୍ଚଳରେ ଏକ ବାଇକ ପିଲାରରେ ପିଟି ହୋଇ ଘଟଣାସ୍ଥଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସେମାନେ ହେଲେ ଶୁରୁ କିଷାନ ଏବଂ ପୁନିଆ କିଷାନ । ତେବେ ଉକ୍ତ ଘଟଣା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ କରୁଛି ।

hiranchal ad1
Leave A Reply

Your email address will not be published.

one × five =