ରୋହିତଙ୍କ ସର୍ବକାଳୀନ ଶ୍ରେଷ୍ଠ 5 ବ୍ୟାଟ୍ସମ୍ୟାନ

0 99

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମର ଓପନର ରୋହିତ ଶର୍ମା ନିଜର ସର୍ବକାଳୀନ ଶ୍ରେଷ୍ଠ ୫ଜଣ ବ୍ୟାଟ୍ସମ୍ୟାନଙ୍କ ନାମ ଘୋଷଣା କରିଛନ୍ତି । ଯେଉଁଥିରେ ଧୁରନ୍ଧର ବ୍ୟାଟ୍ସମ୍ୟାନ ଯୁବରାଜ ସିଂଙ୍କୁ ସ୍ଥାନ ଦେଇନଥିବା ବେଳେ ଏହି ୫ଜଣଙ୍କୁ ସେ ସ୍ଥାନ ଦେଇଛନ୍ତି । ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ଭିଭିଏସ୍ ଲକ୍ଷ୍ମଣ ଓ ବିରେନ୍ଦ୍ର ସେହ୍ୱାଗ । ସେ କହିଛନ୍ତି ଯେ, ମୁଁ ଯେତେବେଳେ ଯୁବକ ଥିଲି ସେହି ସମୟରେ ସଚିନ ଭାଇଙ୍କ ବ୍ୟାଟିଂ ଦେଖି ଖୁବ୍ କିଛି ଶିଖିଛି । ସେହିପରି ରାହୁଲ ଦ୍ରାବିଡ ଯେତେବେଳେ ୨୦୦୨ ମସିହାରେ ଇଂଲଣ୍ଡ ଗସ୍ତରେ କେତେକ ଇନିଂସ ଖେଳିଥିଲା ତାହା ଦେଖିବାର ଥିଲା ବୋଲି ସେ କହିଥିଲେ । ସେ ଆହୁରି କହିଛନ୍ତି ଯେ, ବିରେନ୍ଦ୍ର ସେହ୍ୱାଗ ଓପନିଂ ଆସି ପ୍ରତିପକ୍ଷ ବୋଲରଙ୍କ ଆତ୍ମବିଶ୍ୱାସ ହରାଇପାରୁଥିଲେ । ସେ ହରଭଜନ ସିଂଙ୍କ ସହ ଏକ ଚାଟ ସୋ’ରେ ଏହି ସବୁ କଥା କହିଛନ୍ତି । ସେ ତାଙ୍କର ଆଗାମୀ ଲକ୍ଷ୍ୟ ଉପରେ ମଧ୍ୟ କହିଛନ୍ତି । ସେ କହିଛନ୍ତି ଆଗକୁ ଟି-୨୦ ବିଶ୍ୱକପ ଆସୁଛି, ଏହି ଟ୍ରଫି ହାସଲ କରିବା ମୋର ସ୍ୱପ୍ନ । ସେହିପରି ଆଗାମୀ ୨୦୨୩ ମଧ୍ୟରେ ତିନୋଟି ବିଶ୍ୱକପ ପଡୁଛି । ଏଥିରୁ ଅତି କମରେ ଭାରତକୁ ୨ଟି ଟ୍ରଫି ଜିତିବାକୁ ପଡିବ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

four × two =