ସାଂସଦଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ଲକ୍ଷ ଟଙ୍କା ପ୍ରଦାନ

0 133

ସମ୍ବଲପୁର: କରୋନା ଦ୍ୱାରା ବର୍ତ୍ତମାନ ସମଗ୍ର ବିଶ୍ୱ ସଂକ୍ରମିତ ଭୟଭୀତ ଓ ଆତଙ୍କିତ । ବିଶ୍ୱର ୨ଶହରୁ ଅଧିକ ଦେଶ କୋଭିଡ-୧୯ରେ ଚାପରେ ଥିବାରୁ ଅଧିକାଂଶ ଲକଡାଉନ ପାଳନ କରୁଛନ୍ତି । ଭାରତ ମଧ୍ୟ ଏହାର କବଳରୁ ବର୍ତ୍ତିପାରିନାହିଁ । ଗତ ମାର୍ଚ୍ଚ ୨୫ରୁ ଭାରତ ସଂପୂର୍ଣ୍ଣ ଲକଡାଉନରେ ରହିଛି । ଏହାଦ୍ୱାରା ସୃଷ୍ଟି ହୋଇଥିବା ଅଚଳାବସ୍ଥା ସମଗ୍ର ଦେଶର ଆର୍ଥିକ, ସାମାଜିକ ପରିସ୍ଥିତିକୁ ଦୋହଲାଇ ଦେଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସମାଜ ଓ ଦେଶକୁ ସାହାଯ୍ୟ ସହଯୋଗ କରିବାକୁ ଅଣ୍ଟା ଭିଡିଛନ୍ତି ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷ । ଆଜି ଉତ୍କଳ ମାରୱାଡି ସମ୍ମେଳନ ତରଫରୁ ପିଏମ କେଆର ପାଇଁ ୩ଲକ୍ଷ ଟଙ୍କାର ଚେକ୍ ବରଗଡ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଚେକ୍ ପ୍ରଦାନ ସମୟରେ ଉତ୍କଳ ମାରୱାଡି ସମ୍ମେଳନର ଅଧ୍ୟକ୍ଷ ଜ୍ଞାନ ପ୍ରକାଶ ଅଗ୍ରୱାଲ, ପ୍ରଭାସ ଅଗ୍ରୱାଲ, ଭାନୁୁପ୍ରକାଶ ଅଗ୍ରୱାଲ, ବିଜୟ କେଡିଆ, ମନୋଜ ସିଙ୍ଘାନିଆ, ଶ୍ୟାମ ଅଗ୍ରୱାଲ, ପରାଗ ଅଗ୍ରୱାଲ, ଗଣେଶ ପାଲିୱାଲ ତଥା ବିଜେପି ରାଜ୍ୟ ପ୍ରବକ୍ତା ଗୋବିନ୍ଦ ଅଗ୍ରୱାଲ, କ୍ଷେତ୍ରୀୟ ପ୍ରବକ୍ତା ମାନଓ ରଞ୍ଜନ ବକ୍ସି, ସମଲେଶ୍ୱରୀ ମଣ୍ଡଳ ସଭାପତି ଶମ୍ଭୁ ବାରେଲିଆ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

15 − 6 =