ପୁରୀ- ଦୀର୍ଘ ସମୟ ଅପେକ୍ଷାର ଅନ୍ତ ଘଟିଛି। ଅଗଣିତ ଭକ୍ତଙ୍କ ଭକ୍ତି, ଶ୍ରଦ୍ଧା ଓ ଆସ୍ଥାର ଟାଣରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶେଷରେ ଶରଧାବାଲିରେ ପହଞ୍ଚିଛି। ବଡ଼ ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ତିନି ଠାକୁରଙ୍କ ଏକତ୍ର ଉପସ୍ଥିତିରେ ଗୁଣ୍ଡିଚା ବାଡ଼ି ଭକ୍ତିଭାବରେ ଉଛୁଳି ପଡ଼ୁଛି। ‘ଜୟ ଜଗନ୍ନାଥ’ ଧ୍ୱନି, ଘଣ୍ଟ, କାହାଳୀ, ଶଙ୍ଖନାଦ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଛି ଶରଧାବାଲି।
