ବୌଦ୍ଧ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ପୋଲିସ କର୍ମଚାରୀଙ୍କୁ ଛତା ବଣ୍ଟନ

0 340

ବୌଦ୍ଧ : ଲକଡାଉନ ସମୟରେ ପୁଲିସ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଖରାରେ ବହୁ ସମୟ ଧରି ଡ୍ୟୁଟି କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲାରେ ଷ୍ଟେଟ ବ୍ୟାଙ୍କ ଦ୍ୱାରା ପୁଲିସ କର୍ମଚାରୀଙ୍କୁ ଛତା ବଣ୍ଟନ କରାଯାଇଛି ।ଷ୍ଟେଟବ୍ୟାଙ୍କର ଏଜିଏମ୍ ବିକ୍ରମ କେଶରୀ ମାନ୍ଧ୍ୟାତାଙ୍କ ଦ୍ୱାରା ପୁଲିସ ଏସପି ୱାଇ ରଘୁନାଥ ରାଓଙ୍କ ଉପସ୍ଥିତିରେ ପୁଲିସ କର୍ମଚାରୀମାନଙ୍କୁ ଡ୍ୟୁଟି ସମୟରେ ଖରାରୁ ରକ୍ଷା ପାଇବା ପାଇଁ ବହୁତ ସଂଖ୍ୟକ ଛତା ଆଜି ବଣ୍ଟନ କରାଯାଇଛି ।

hiring

ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଷ୍ଟେଟବ୍ୟାଙ୍କର ଚିଫ୍ ମ୍ୟାନେଜର ଜିତେନ୍ଦ୍ର କୁମାର ପଟ୍ଟନାୟକ ଏବଂ ବୁଟୁପାଲି ଶାଖା ପରିଚାଳକ ତଥା ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ଥିଲେ । ସେହିପରି ଏହି କାର୍ଯ୍ୟକ୍ରମରେ ବୌଦ୍ଧ ପୁଲିସ ରିଜର୍ଭ ଇନ୍ସପେକ୍ଟର ମଧ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

four × one =