ଲକଡାଉନ୍ ଉପରେ ମତ ରଖିଲେ ଚିଦାମ୍ବରମ୍‌

0 646

ନୂଆଦିଲ୍ଲୀ:କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ସରକାର ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍ ଘୋଷଣା କରିଥିଲେ । ଏବେ ଏହାର ଅବଧି ଏପ୍ରିଲ ୧୪ରେ ଶେଷ ହେବାକୁ ଯାଉଛି । ଲକଡାଉନ୍ ଅବଧି ବଢିବ କି ନାହିଁ ତାକୁ ନେଇ ସମଗ୍ର ଦେଶରେ କଳ୍ପନା ଜଳ୍ପନା ଜାରି ରହିଛି । ଏହି ତାଲାବନ୍ଦୀକୁ ଆଗକୁ ବଢାଇବେ କି ନାହିଁ ତାକୁ ନେଇ ସରକାର ବିଚାର ବିମର୍ଶ ଚଳାଇଛନ୍ତି । ଏହି କ୍ରମରେ କେନ୍ଦ୍ରର ମୋଦୀ ସରକାର ରାଜ୍ୟ ଓ ବିଶେଷଜ୍ଞଙ୍କ ରାୟ ଉପରେ ମଧ୍ୟ ବିଚାର କରୁଛନ୍ତି । ଏହା ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ ଲକଡାଉନକୁ ନେଇ କହିଛନ୍ତି ଯେ ଏହାର ନିର୍ଣ୍ଣୟ ଭାଇରସର ପଜିଟିଭ୍ ମାମଲା ବୃଦ୍ଧି ହାରକୁ ଦେଖି ନେବା ଭଲ ହେବ । ଏହା ସହିତ ସେ ଲକଡାଉନ ଉପରେ ନିର୍ଣ୍ଣୟ ନେବା ସହ ପ୍ରଭାବିତ ଲୋକଙ୍କୁ ପର୍ଯ୍ୟାପ୍ତ ସହାୟତା ପହଁଚାଇବାକୁ ଦାବି କରିଛନ୍ତି । କଂଗ୍ରେସ ନେତା ଟୁଇଟ୍ କରି କହିଛନ୍ତି ଯେ, ମୁଁ ଲକଡାଉନକୁ ସମର୍ଥନ କରେ । ଏହି ଲକଡାଉନ୍ ଜାରି ରହିବ କି ନାହିଁ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ବିଚାର ବିମର୍ଶ କରିବାକୁ ମଧ୍ୟ ମୁଁ ସ୍ୱାଗତ କରୁଛି । ଲକଡାଉନ୍ ହଟିବ କି ନାହିଁ ଏହି ପ୍ରଶ୍ନର ଉତର ବ୍ୟକ୍ତିଗତ କିମ୍ବା କ୍ଷେତ୍ରୀୟ ହିତ ଉପର ଆଧାରିତ ନୁହଁ । ଏହର ନିର୍ଦ୍ଧାରଣ କେବଳ ଦୁଇଟି ସଂଖ୍ୟା ଉପରେ ହେବା ଉଚିତ୍‌, ପ୍ରତ୍ୟେକ ଦିନ ପଜିଟିଭ୍ ମାମଲା କେତେ ବଢୁଛି ଏବଂ ଦେଶରେ ମୋଟ୍ ବୃଦ୍ଧି ହାର କେତେ ରହିଛି । ପୂର୍ବତନ ଅର୍ଥ ମନ୍ତ୍ରୀ ଲକଡାଉନ୍‌ରେ ପ୍ରଭାବିତ ଲୋକ ପର୍ଯ୍ୟନ୍ତ ସହାୟତା ପହଁଚାଇବା ଉପରେ ଜୋର ଦେଇ କହିଛନ୍ତି ଯେ, ଲକଡାଉନର ରଣନୀତି ମଧ୍ୟରେ ଯେଉଁ ଜିନିଷ ଗାଏବ ରହିଛି ତାହା ଗରିବଙ୍କ ହାତରେ ନଗଦି । ଗରିବଙ୍କ ଅନେକ ବର୍ଗ ମଧ୍ୟରେ ଏମିତି ଲୋକ ଅଛନ୍ତି ଯାହାଙ୍କୁ ସରକାରଙ୍କ ଏକ ଟଙ୍କା ମଧ୍ୟ ମିଳିନାହିଁ । ଲକଡାଉନର ଏହି ଜାରି ପ୍ରକ୍ରିୟାରେ ଦେଶରେ ବେରୋଜଗାରୀ ବୃଦ୍ଧି ଘଟିଛି ଏବଂ ଦିନ ମଜୁରିଆଙ୍କ ଆୟ ଉପରେ ବହୁତ ପ୍ରଭାବ ପଡିଛି । ତେଣୁ ସରକାର ଗରିବଙ୍କୁ ସମ୍ବଳ ଓ ନଗଦ ଉପଲବ୍ଧ କରାନ୍ତୁ ।

hiranchal ad1
Leave A Reply

Your email address will not be published.

eighteen − 2 =