ସମ୍ଵଲପୁର ଜିଲ୍ଲାରେ ଆଜି ୫୬ଜଣ ନୂଆ ପଜିଟିଭ ଚିହ୍ନଟ ସହିତ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟାା ୩୯୮ହେଲା

0 123


ସମ୍ବଲପୁର,
ସମ୍ବଲପୁର ଜିଲ୍ଲାରେ ଆଜି ୫୬ ଜଣ ନୂଆ ପଜିଟିଭ ଚିହ୍ନଟ ହେବା ସହିତ ମୋଟ ଆକ୍ରାନ୍ତ ଙ୍କ ସ°ଖ୍ଯା ୩୯୮ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୨୧୫ ସକ୍ରିୟ ପଜିଟିଭ ଙ୍କ ଚିକିତ୍ସା କୋଭିଡ ହସ୍ପିଟାଲରେ ଚାଲିଛି ଓ ଜଣଙ୍କ ର ମୃତ୍ୟୁ ହୋଇଛି । ସବୁଠାରୁ ଚିନ୍ତା ର ବିଷୟ ହେଲା ଯେ ବର୍ତ୍ତମାନ ଚିହ୍ନଟ ହେଉଥିବା ଅଧିକା°ଶ ମାମଲା ଗୁଡ଼ିକ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ହୋଇଛି । ଗତକାଲି ୪୦ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସ°ଖ୍ଯା ୫୬ରେ ଯାଇ ପହଞ୍ଚିଛି । ସ୍ଥିତି ଏପରି ସଙ୍ଗୀନ ଆଡ଼କୁ ଗତି କରୁଥିଲେ ସୁଦ୍ଧା ସ୍ଥାନୀୟ ଲୋକେ ପୂର୍ବପରି ବେପରୁଆ ରହୁଛନ୍ତି ଓ ବିଶେଷକରି ଯୁବଗୋଷ୍ଠୀ ଙ୍କ ଉଚ୍ଛୃଙ୍ଖଳ ମନୋଭାବ ରେ ଉନ୍ନତି ଆସୁନାହିଁ । ସେମାନେ ଅକାରଣେ ଏଣେତେଣେ ବୁଲିବା ଜାରି ରଖିଛନ୍ତି, ଯାହାକି ପ୍ରଶାସନ ଓ ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଅବଶ୍ୟ ଏପରି ଅମାନିଆ ଙ୍କୁ ନିୟନ୍ତ୍ରଣ ରେ ରଖିବା ପାଇଁ ଆଜିଠାରୁ ପୁଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିବ ବୋଲି କୁହାଯାଉଛି । ଅପରପକ୍ଷରେ ପୁଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ବଦଳରେ ହିଁ ସ୍ଥିତି ସୁଧୁରିବ ବୋଲି ବୁଦ୍ଧିଜୀବୀମାନେ ମଧ୍ୟ କହୁଛନ୍ତି ।

hiranchal ad1
Leave A Reply

Your email address will not be published.

10 + six =