ସମ୍ବଲପୁରରେ କରୋନା ମୃତ୍ୟୁ ଆରମ୍ଭ ହେଲା

0 143

ସମ୍ବଲପୁର : ସମଗ୍ର ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନି ଶତକ ଅତିକ୍ରମ କଲାପରେ ଏଠାରେ କରୋନା ମୃତ୍ୟୁ ଆରମ୍ଭ ହୋଇଛି । ମୃତକଙ୍କ ଚିହ୍ନଟ ଜଣେ ୬୭ ବର୍ଷୀୟ ପୁରୁଷ ରୂପେ କରାଯାଇଛି ଓ ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପ୍ରଶାସନିକ ସୂତ୍ରରୁ ପ୍ରକାଶ । ସେ ବିଭିନ୍ନ ରୋଗରେ ପୀଡିତ ଥିଲେ ଓ ଏଠାରେ ଭିମସାରରୁ ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ଭୁବନେଶ୍ୱର ନିଆଯାଇଥିଲା । ତାହାର ମୃତ୍ୟୁ ସେଠାରେ ହୋଇଥିଲେ ମଧ୍ୟ ସରକାରୀ ନୀତି ଅନୁସାରେ ସେ ଏହି ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ଉପଖଣ୍ଡର ନିବାସୀ ହୋଇ ଥିବାରୁ ଏହା ସମ୍ବଲପୁର ଜିଲ୍ଲାର ରେକର୍ଡରେ ସାମିଲ କରାଯାଇଛି । ଏହାପୂର୍ବରୁ ଏଠାକାର ଭିମସାରରେ ଜଣେ କରୋନା ପୀଡ଼ିତଙ୍କ ମୃତ୍ୟୁ ହୋଇଛି, କିନ୍ତୁ ସେ ସୁନ୍ଦରଗଡ଼ ଜିଲ୍ଲା ନିବାସୀ ହୋଇଥିବାରୁ ଏହା ଉକ୍ତ ଜିଲ୍ଲାର ରେକର୍ଡକୁ ଗଲା ବୋଲି କୁହାଯାଇଛି । ଏହା ବ୍ୟତୀତ ସମ୍ବଲପୁର ନଗରୀୟ ଅଞ୍ଚଳରେ ଗତକାଲି ଆଉ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ବୋଲି କୁହାଯାଉଛି, କିନ୍ତୁ ପ୍ରଶାସନ ପକ୍ଷରୁ ଏ ବିଷୟରେ କିଛି ପୁଷ୍ଟି କରାଯାଇ ନାହିଁ ।

hiranchal ad1
Leave A Reply

Your email address will not be published.

12 + 10 =