ରାଜ୍ୟରେ ପୁଣି ୧୪୯୯ କରୋନା ପଜିଟିଭ ଚିହ୍ନଟ

0 127

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଆଜି ପୁଣି ରାଜ୍ୟରେ ୧୪୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୯୧୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୫୮୫ଜଣ ସ୍ଥାନୀୟ ବାସିନ୍ଦା ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୨୫, ବାଲେଶ୍ୱର ଜିଲ୍ଲାରୁ ୩୭, ବରଗଡ ଜିଲ୍ଲାରୁ ୧୦, ଭଦ୍ରକ ଜିଲ୍ଲାରୁ ଜଣେ, ବଲାଙ୍ଗିର ଜିଲ୍ଲାରୁ ୧୯, କଟକ ଜିଲ୍ଲାରୁ ୨୮, ଦେବଗଡ ଜିଲ୍ଲା ୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୯୨, ଗଜପତି ଜିଲ୍ଲାରୁ ୯୭, ଗଞ୍ଜାମ ଜିଲ୍ଲାରୁ ୩୬୮, ଜଗତସିଂହପୁର ଜିଲ୍ଲାରୁ ୧୫, ଯାଜପୁର ଜିଲ୍ଲାରୁ ୧୯, ଝାରସୁଗୁଡା ଜିଲ୍ଲାରୁ ୭ଜଣ, କଳାହାଣ୍ଡି ଜିଲ୍ଲାରୁ ୪୪, କନ୍ଧମାଳ ଜିଲ୍ଲାରୁ ୫୦, କେନ୍ଦ୍ରାପଡା ଜିଲ୍ଲାରୁ ୧୪, କେନ୍ଦୁଝର ଜିଲ୍ଲାରୁ ୧୬, ଖୋର୍ଦ୍ଧା ଜିଲ୍ଲାରୁ ୨୧୪, କୋରାପୁଟ ଜିଲ୍ଲାରୁ ୮୧, ମାଲକାନାଗିରି ଜିଲ୍ଲାରୁ ୨୬, ମୟରୁଭଞ୍ଜ ଜିଲ୍ଲାରୁ ୧୩, ନବରଙ୍ଗପୁର ଜିଲ୍ଲାରୁ ୩୩, ନୟାଗଡ ଜିଲ୍ଲାରୁ ୬୭, ନୂଆପଡା ଜିଲ୍ଲାରୁ ୯, ପୁରୀ ଜିଲ୍ଲାରୁ ୩୬, ରାୟଗଡା ଜିଲ୍ଲା ୪୦, ସମ୍ବଲପୁର ଜିଲ୍ଲାରୁ ୫୬, ସୋନପୁର ଜିଲ୍ଲାରୁ ୫ ଓ ସୁନ୍ଦରଗଡ ଜିଲ୍ଲାରୁ ୭୫ଜଣ ରହିଛନ୍ତି । ଆଜିର ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧୮୭୭କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୧୧୯୧୮ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୧୯୭୪୫ଜଣ ସୁସ୍ଥ ହୋଇ ନିଜନିଜ ଘରକୁ ଫେରିଛନ୍ତି ।

hiranchal ad1
Leave A Reply

Your email address will not be published.

20 + 4 =