ସୁବର୍ଣ୍ଣପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶତକମୁହାଁ : ଆଜି ପୁଣି ଗୋଟିଏ ପରିବାରର ୩ ସହ ୭ ସଂକ୍ରମିତ

0 365


ସୋନପୁର: ଦିନକୁ ଦିନ ଜିଲ୍ଲାର ବିଭିନ୍ନ ବ୍ଳକ ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣ ଯେଉଁ ହାରରେ ବଢ଼ିବଢ଼ି ଚାଲିଛି ତାହା ପ୍ରଶାସନ ଓ ଜନସାଧାରଣ ଙ୍କ ନିଦ ହଜାଇଦେଇଛି।ବିଶେଷ କରି ଡୁଙ୍ଗୁରିପାଲି ବ୍ଲକ ସୁନାପାଲି ପଞ୍ଚାୟତ ର ସାନପହଣ୍ଡି ଅଞ୍ଚଳରେ ଦିନକୁ ଦିନ ସଂକ୍ରମିତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଯାହା କି ସ୍ୱାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଉକ୍ତ ଅଞ୍ଚଳରେ ଆଜି ପୁଣି ୫ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ଆକ୍ରାନ୍ତ ଙ୍କ ସଂଖ୍ୟା ୧୯ରେ ପହଞ୍ଚି ଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ି ୯୬ ରେ ପହଞ୍ଚି ସାରିଛି ଯାହାକି ଜିଲ୍ଲାରେ ଏବେ ଶତକ ମୁହାଁ ସ୍ଥିତିରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ରହିଛି। ଆଜି ଚିହ୍ନଟ ହୋଇଥିବା ୭ଜଣଙ୍କ ମଧ୍ୟରୁ ସାନପହଣ୍ଡି ଅଞ୍ଚଳର ୫ଜଣ ରହିଥିବାବେଳେ ପରିବାରର ୩ଜଣ ରହିଛନ୍ତି।ଏମାନଙ୍କ ମଧ୍ୟରେ ଜଣେ ୪୫ବର୍ଷିୟ ପୁରୁଷ ୪୦ବର୍ଷିଆ ମହିଳା ୧୪ବର୍ଷର ଜଣେ ନାବାଳକ ୪୫ ଵର୍ଷିୟା ମହିଳା ଓ ଜଣେ ୬୦ବର୍ଷିୟ ପୁରୁଷ ଅଛନ୍ତି।ତେଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବିଭିନ୍ନ ଅଞ୍ଚଳ ରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଘରକୁ ଘର ବୁଲି ଲକ୍ଷଣ ଥିବା ସମସ୍ତଙ୍କୁ ପରୀକ୍ଷା ପାଇଁ ଆଣ୍ଟିଜେନ କିଟ ଦ୍ୱାରା ପରୀକ୍ଷା କରାଯାଉଥିବା ବେଳେ ସ୍ଥଳବିଶେଷ ରେ ସ୍ୱ।ବ ସଂଗ୍ରହ ମଧ୍ୟ କରାଯାଇ ପରୀକ୍ଷା ପାଇଁ ପଠାଯାଉଛି ବିଶେଷ କରି ସଂକ୍ରମିତ ସମସ୍ତେ କାହାକାହାର ସଂସ୍ପର୍ଶରେ ଆସିଛନ୍ତି ସେ ଦିଗରେ ଅତ୍ୟଧିକ ଯାଞ୍ଚ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚାଲିଥିବା ସହ ସ୍ଥାନୀୟ ସଂକ୍ରମଣ ଯେଭଳି ନବ୍ୟାପେ ସେ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାକ୍ତର ଦିଲୀପ କୁମାର ପଣ୍ଡା ସୂଚନା ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

ten + 3 =