ଆଶା ଦିଦିଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଥାନାକୁ ଗଲା ମାମଲା

0 2,290

ବୌଦ୍ଧ -ବୌଦ୍ଧ ସହର ଉପକଣ୍ଠ ହରଭଙ୍ଗା ବ୍ଲକ୍ ସରସରା ଗ୍ରାମ ପଂଚାୟତ ରଇଠାଣି ଗ୍ରାମର ଆଶା ଦିଦିଙ୍କୁ ଦୁର୍ବ୍ୟବହାର କରାଯାଇଥବା ବୌଦ୍ଧ ଆଦର୍ଶ ଥାନାରେ ଗତକାଲି ଅଭିଯୋଗ ହୋଇଛି | ଚଳିତ ସପ୍ତାହରେ ଉକ୍ତ ଗ୍ରାମରୁ ଜଣେ ଯୁବକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରସରା ସରପଞ୍ଚ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି | ଲୋକେ କୋଭିଡ ନିୟମକୁ ଉଲ୍ଲଂଘନ କରୁଥିବାରୁ ଗ୍ରାମର ଆଶା ଦିଦି ଭୁମିସୂତା ନାଏକ ଗ୍ରାମରେ ସଚେତନ କରାଉଛନ୍ତି l ଏହାକୁ ନେଇ ଗ୍ରାମର କିଛି ଲୋକ ତାଙ୍କୁ ଗାଳି ଗୁଲଜ କରିବା ସହ ଧମକ ଚମକ ଦେଉଥିବା ଶ୍ରୀମତୀ ନାଏକ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପୋଲିସ୍ ପଚରାଉଚୁରା କରୁଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

13 − six =