ଜିଲ୍ଲାପାଳଙ୍କ ରେଢ଼ାଖୋଲ ଅଞ୍ଚଳଗସ୍ତ ଓ କାର୍ଯ୍ୟସମୀକ୍ଷା

0 119

ସମ୍ବଲପୁର, ୨୪/୬- ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନା ଗତକାଲି ରେଢ଼ାଖୋଲ ସବଡିଭିଜନ ଅଞ୍ଚଳ ଗସ୍ତ କରିବା ସହିତ ସେଠାରେ ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମ ମାନଙ୍କର ସ୍ଥିତି ସମୀକ୍ଷା କରିଛନ୍ତି । ଏବିଷୟରେ ପ୍ରଶାସନ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ସେ ବାଟରେ ତାରମାଲ ଠାରେ ନିର୍ମିତ କଲ୍ୟାଣ ମଣ୍ଡପ ଓ ଗ୍ରାମୀଣ ପାର୍କ ପରିଦର୍ଶନ ଓ କାର୍ଯ୍ୟ ସମୀକ୍ଷା କରିଥୁଲେ । ତାପରେ ବଂଶଜାଲ ସ୍ଥିତି ଅଳସୁଆ ବାବା ଉଚ୍ଚ ବିଦ୍ୟାଳୟକୁ ଏକ ଆକାଂକ୍ଷୀ ଉଚ୍ଚ ବିଦ୍ୟାଳୟରେ ପରିଣତ କରିବାପାଇଁ କାର୍ଯ୍ୟ ସମୀକ୍ଷା କରିଥିଲେ । ପରେ କନ୍ଧରା ସ୍ଥିତ ଭୀମଭୋଇ ସ୍ମୃତିପୀଠ ପରିଦର୍ଶନ ଓ ତାହାର ବିକାଶ ନିମନ୍ତେ କିଛି ପ୍ରସ୍ତାବ ଦେଇଥିଲେ ।

hiring

ସେଠାରୁ ସେ ରେଢ଼ାଖୋଲ ପାଇଁ ପ୍ରସ୍ତାବିତ ନୂଆ ଇନଡୋର ଷ୍ଟାଡିୟମ, ଉପଖଣ୍ଡ ସ୍ତରୀୟ ହସ୍ପିଟାଲ ଓ ଟ୍ରମା କେୟାର ସେଣ୍ଟର ପାଇଁ ପ୍ରସ୍ତାବିତ ଜମି ପରିଦର୍ଶନ ସହିତ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଗସ୍ତ ସମୟରେ ଯାଇଥିବା ବିଭାଗୀୟ ଅଧିକାରୀମାନଙ୍କ ସହିତ ପରିଦର୍ଶିତ ବିଭିନ୍ନ ବିକାଶ କାର୍ଯ୍ୟ ବିଷୟରେ ଆଲୋଚନା କଲେ ଓ ସେଗୁଡିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

six + 18 =