ବରମପୁରା ଜଗନ୍ନାଥ ମନ୍ଦିର ଠାରେ ସ୍ନାନ ପୂର୍ଣ୍ଣିମା ପାଳିତ

0 51

ସମ୍ବଲପୁର, ୨୪/୬- ସମ୍ବଲପୁର ଝାଡୁଆପଡା ସ୍ଥିତ ପ୍ରସିଦ୍ଧ ବରମପୁରା ଜଗନ୍ନାଥ ମନ୍ଦିର ଠାରେ ଆଜି ପାରମ୍ପରିକ ରୀତିନୀତି ସହିତ ସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଛି । କରୋନା କଟକଣା ଯୋଗୁଁ ଅନ୍ୟ ବର୍ଷ ପରି ଏବର୍ଷ ଜନଗହଳିକୁ ବାରଣ କରାଯାଇଥିଲା ଓ କିଛି ସେବାୟତଙ୍କୁ ନେଇ ଏହା ପାଳନ କରାଗଲା । ତଥାପି ସମସ୍ତ ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଗିନୀ ସୁଭଦ୍ରାଙ୍କୁ ଜଣଙ୍କ ପରେ ଜଣେ ସ୍ନାନମଣ୍ଡପରେ ବିଜେ କରାଗଲା ଓ ପୁରୋହିତଙ୍କ ମନ୍ତ୍ରଉଚ୍ଚାରଣ ସହିତ ସ୍ନାନବିଧି ପାଳନ କରାଗଲା । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଜନଗହଳି ପାଇଁ ବାରଣ କରାଯାଇଥିଲା । କିଛି ଭକ୍ତ ସାମାଜିକ ଦୂରତା ଓ ମୁହଁରେ ମାସ୍କ ପିନ୍ଧି ସ୍ନାନ ଜଳ ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା କିନ୍ତୁ ସେଠାରେ କୌଣସି ଜନଗହଳି ହୋଇନଥିଲା ।

hiranchal ad1
Leave A Reply

Your email address will not be published.

eight + fifteen =