କୋହଳ ସତ୍ତ୍ୱେ ଖୋଲିପାରୁନି ବଜାର : ଅଧିକାଂଶ ବେପାରୀଙ୍କ ପାଇଁ ଟ୍ରେଡ ଲାଇସେନ୍ସ କାଳ

0 193

ସମ୍ବଲପୁର: ଗତ ଶନିବାରଠାରୁ ଲକଡାଉନରେ କୋହଳ କରାଯାଇ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି କିନ୍ତୁ ଆଜି ସୋମବାର ତୃତୀୟଦିନରେ ମଧ୍ୟ ଅଧିକାଂଶ ଦୋକାନ ବନ୍ଦ ରହିଛି । ଶନିବାର ସନ୍ଧ୍ୟାରେ ଟିଭିରେ ନ୍ୟୁଜଦେଖି ଅଧିକାଂଶ ଦୋକାନୀ ସଂପୂର୍ଣ୍ଣ କୋହଳ ହୋଇଛି ଭାବି ଦୋକାନଗୁଡିକ ଖୋଲି ପକାଇଥିଲେ । ଏଥିପାଇଁ ବଜାରରେ ନାହିଁନଥିବା ଭିଡ ହୋଇଥିଲା ଓ ସାମାଜିକ ଦୂରତା ନିୟମ ସମସ୍ତେ ଭୁଲି ଯାଇଥିଲେ । ଭିଡ ନିୟନ୍ତ୍ରଣ ପାଇଁ ପୁଲିସକୁ ଅନେକ ପରିଶ୍ରମ କରିବାକୁ ପଡିଥିଲା । ପରେ ସେମାନେ ଜାଣିଲା ପରେ ଯେ କେନ୍ଦ୍ର ସରକାରଙ୍କ ଘୋଷଣାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମଧ୍ୟ ଦରକାର ସେମାନେ ଦୋକାନ ବନ୍ଦ କରିଥିଲେ । ଗତକାଲି ଏ ନେଇ ରାଜ୍ୟସରକାର ତାଙ୍କ ନୀତି ସ୍ପଷ୍ଟ କରିଦେଲେ ତଥାପି ଅଧିକାଂଶ ଦୋକାନ ବନ୍ଦ ରହିଥିଲା ଓ ରବିବାର ଯୋଗୁଁ ଏପରି ହୋଇଛି ବୋଲି ଧରିନିଆଗଲା । ଆଜି କିନ୍ତୁ ସୋମବାର ସତ୍ତ୍ୱେ ଅଧିକାଂଶ ଦୋକାନ ଖୋଲିନଥିବା କାରଣ ଲୋକେ ବୁଝିପାରିନଥିଲେ । ଅନୁସନ୍ଧାନ କଲାପରେ ଜଣାପଡିଲା ଯେ ବର୍ତ୍ତମାନ ଯେ କୌଣସି ଦୋକାନ ଖୋଲିବାପାଇଁ ଟ୍ରେଡ ଲାଇସେନ୍ସ ବାଧ୍ୟ କରିଦିଆଯାଇଛି ଓ ଅନେକ ପୁରୁଣା ଦୋକାନ ଆଜିପର୍କ୍ୟନ୍ତ ବିନା ଲାଇସେନସରେ ଚାଲୁଥିଲା । ଏପରିକି ୩୦/୪୦ ବର୍ଷ ପୁରୁଣା ଦୋକାନର ମଧ୍ୟ ଲାଇସେନ୍ସ ନାହିଁ କାରଣ ଏଦିଗରେ କେହିକେବେ ଚିନ୍ତାକରିନଥିଲେ । ବର୍ତ୍ତମାନ ବିନା ଲାଇସେନସରେ ଦୋକାନ ଖୋଲା ଦେଖାଗଲେ ମୋଟା ଅଙ୍କରେ ଜୋରିମାନା ଲାଗୁଥିବାରୁ ବାଧ୍ୟହୋଇ ସେମାନେ ଦୋକାନ ବନ୍ଦ ରଖିଛନ୍ତି । ସେପଟେ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟରେ ନୂଆ ଲାଇସେନ୍ସ ନେବାପାଇଁ ଓ ପୁରୁଣା ଲାଇସେନ୍ସ ନବୀକରଣ ପାଇଁ ଶତାଧିକ ଦୋକାନୀଙ୍କ ଭିଡ ଦେଖିବାକୁ ମିଳୁଛି ।

hiranchal ad1
Leave A Reply

Your email address will not be published.

15 − 13 =