କରୋନା: ପର୍ଯ୍ୟଟନ ସ୍ଥଳୀ ପାଇଁ ଆଣିଛି ନୂଆ ଶିକ୍ଷା

0 135

ଲକ୍‌ଡାଉନ୍ ପୂର୍ବରୁ ଆମ ରାଜ୍ୟ ଓଡ଼ିଶା ନୁହେଁ, ବାହାର ରାଜ୍ୟର କେତେକ ପର୍ଯ୍ୟଟନସ୍ଥଳୀଗୁଡ଼ିକ ପରିଷ୍କାର ପରିଚ୍ଛନରେ କିଛିଟା କମ୍ ଅନୁଭବ ମନେ କରାଯାଉଥିଲା । ଆହୁରି ମଧ୍ୟ ଲକ୍‌ଡାଉନ୍ ପୂର୍ବରୁ ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଥିଲା । ଆନ୍ଧ୍ରର ତିରୁପତି, ତାମିଲନାଡ଼ୁର ରାମେଶ୍ୱରମ୍‌, ମୁମ୍ବାଇର ସିଦ୍ଧି ବିନାୟକ, ଜମ୍ମୁର ବୈଷ୍ଣୋଦେବୀ ମନ୍ଦିର, ପୁରୀ ଶ୍ରୀମନ୍ଦିର ସମେତ ଦେଶର ଆହୁରି ଅନେକ ପ୍ରମୁଖ ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ ଲକ୍‌ଡାଉନ୍ ଯୋଗୁଁ ବନ୍ଦ ରହିଛି । ଫଳରେ ଏସବୁର ପରିବେଶ ଅତ୍ୟନ୍ତ ପରିଷ୍କାର ପରିଚ୍ଛନ୍ନ ରହିଛି । କେବଳ ମୁମ୍ବାଇ କାହିଁକି, ଆମେରିକାଠାରୁ ଆରମ୍ଭ କରି ଆମ ରାଜ୍ୟ ଓଡ଼ିଶାର ସମୁଦ୍ର ବେଳାଭୂମି – ପରିଷ୍କାର ପରିଚ୍ଛନ୍ନ ହୋଇଯାଇଛି । ସବୁଠି ସ୍ୱଚ୍ଛ, ସଫା ସୁନ୍ଦର ବାତାବରଣ । ଏଭଳି ପରିସ୍ଥିତିରେ ଶାମୁକା, କଇଁଛଠାରୁ ଆରମ୍ଭ କରି ଆହୁରି ଅନେକ ବିରଳ ପ୍ରଜାତିର ସାମୁଦ୍ରିକ ଜୀବ ବେଳାଭୂମି ଉପରକୁ ଆସି ସ୍ୱଚ୍ଛନ୍ଦରେ ବିଚରଣ କରିବା ଦୃଶ୍ୟ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି । ସବୁ ପରିସ୍ଥିତି, ଘଟଣାର ଉଭୟ ନକାରାତ୍ମକ ଓ ସକାରାତ୍ମକ ଦିଗ ରହିଛି । ଲକ୍‌ଡାଉନ୍ ଯଦିଓ ଆମକୁ ଅସୁବିଧାରେ ପକାଇଛି, ସକାରାତ୍ମକ ଦିଗରୁ ବିଚାର କଲେ ସୁବିଧା ବି ଦେଇଛି ଅନେକ । ଏହା ସତ୍ତ୍ୱେ ଆମର ଆଶା, ଖୁବ୍ ଶୀଘ୍ର କରୋନାର ଆତଙ୍କ ଥମିଯିବ, ଲକ୍‌ଡାଉନ୍ ଉଠିବ ଏବଂ ପୁଣି ଚଳଚଞ୍ଚଳ ହୋଇଉଠିବ ଜୀବନ ଓ ଜଗତ ।

hiranchal ad1
Leave A Reply

Your email address will not be published.

9 + 13 =