ସଲମାନଙ୍କ ଫାର୍ମହାଉସରେ ୟୁଲିଆ ବନ୍ତୁର, ଗାଁ ଲୋକଙ୍କ ସହ ଧରୁଛନ୍ତି ମାଛ

0 162

ବଲିଉଡ ଦବଙ୍ଗ ତଥା ସଲମାନ ଖାନଙ୍କ ଗାର୍ଲଫ୍ରେଣ୍ଡ୍‌ସ ଅଭିନେତ୍ରୀ ୟୁଲିଆ ବନ୍ତୁର ଏବେ ସଲମାନଙ୍କ ପନୱେଲ ଫାର୍ମହାଉସରେ ସମୟ ଅତିବାହିତ କରୁଛନ୍ତି । ନିକଟରେ ତାଙ୍କର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ୟୁଲିଆ ଗାଁ ଲୋକମାନେ ମାଛ ଧରୁଥିବାର ସୁଟିଂ କରୁଛନ୍ତି । ଅଭିନେତ୍ରୀ ଏହି ଭିଡିଓ କହିଛନ୍ତି ଗାଁ ଲୋକ ମାଛ ଧରିବାକୁ ଆସିଛନ୍ତି । ସେମାନେ ଜାଲ ପକାଇଛନ୍ତି, ଏଥିରେ ମାଛ ଫଶିବେ । ଅଭିନେତ୍ରୀ ଏହି ଭିଡିଓକୁ ନିଜର ଇଷ୍ଟ୍ରାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

hiring

ସୂଚନାଯୋଗ୍ୟ ଯେ, କରୋନା ଭାଇରସ ଯୋଗୁଁ ଦୁନିଆ ସାରା ଭୟର ବାତାବରଣ ଖେଳିଯାଇଛି । ସେହିପରି ଭାରତରେ ମଧ୍ୟ ଏହାର ପ୍ରକୋପ ବଢିବାରେ ଲାଗିଛି । ଏଇଥି ପାଇଁ କେନ୍ଦ୍ର ସରକାର ୩ ମଇ ପର୍ଯ୍ୟନ୍ତ ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଯେଉଁଥିପାଇଁ କୌଣସି ବ୍ୟକ୍ତିଙ୍କୁ ଘରୁ ବାହାରକୁ ଯିବାର ଅନୁମତି ନାହିଁ । କେବଳ ଆବଶ୍ୟକ ସ୍ଥଳେ ଯିବାକୁ ଅନୁମତି ଦିଆଯାଇଛି । ଏହି ଅବସରରେ ନିଜ ବନ୍ଧୁବାନ୍ଧଙ୍କ ସହ ସଲମାନ ନିଜ ଫାର୍ମହାଉସରେ ସମୟ ବିତାଉଛନ୍ତି । ଏଥିରେ ତାଙ୍କର ଅଭିନେତ୍ରୀ ବନ୍ଧୁ ୟୁଲିଆ ମଧ୍ୟ ସାମିଲ ହୋଇଛନ୍ତି

hiranchal ad1
Leave A Reply

Your email address will not be published.

three + ten =