ଅଦିନିଆ ବର୍ଷା ପରେ ଫସଲ ପରିଚାଳନା କିପରି କରିବେ ଆସନ୍ତୁ ଜାଣିବା

0 78

ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ହେଉଥିବା କାଳବୈଶାଖୀ ଏବଂ ବଙ୍ଗୋପସାରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଯୋଗୁଁ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଗତ ୨୬ ତାରିଖରୁ ଆସନ୍ତା ୩ ତାରିଖ ମଧ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ଘଡ଼ଘଡ଼ି ସହ ବର୍ଷା ଓ କରକାପାତ ହେବାର ସମ୍ଭାବନା ଥିବାରୁ ବିଭିନ୍ନ ଫସଲର ସୁପରିଚାଳନା ପାଇଁ ନିମ୍ନୋକ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ।
୧) ଅଧିକ ବର୍ଷା ହେଲେ ବିଲରେ ଥିବା ଡାଳୁଅ ଧାନ, ମୁଗ ଓ ବିରି ଭଳି ଡାଲି ଜାତୀୟ ଫସଲ, ସୂର୍ଯ୍ୟମୁଖୀ ଓ ଚିନାବାଦାମ ଭଳି ତୈବୀଜ ଫସଲ, ବାଇଗଣ, ଲଙ୍କା, ଭେଣ୍ଡି, କଖାରୁ ଜାତୀୟ ପନିପରିବା ଓ ବିଭିନ୍ନ ଫୁଲଚାଷ ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା କରନ୍ତୁ ।
୨) ଡାଳୁଅ ଧାନ ଅମଳ ସାପେକ୍ଷ ହୋଇଥିଲେ ଅମଳ କରି ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ ।
୩) ଜମିରେ ଥିବା ଅମଳ ଉପଯୋଗୀ ମୁଗ, ବିରି, ସୂର୍ଯ୍ୟମୁଖୀ ଓ ଚିନାବାଦାମ ଫସଲକୁ ଅମଳ କରିଦିଅନ୍ତୁ । ନଚେତ୍ ଚିନାବାଦାମ ମଂଜି ଗଛରେ ଥାଇ ଗଜା ହୋଇଯିବାର ସମ୍ଭାବନା ଅଛି ।
୪) କୀଟନାଶକ ଔଷଧ ସିଂଚନ ଓ ଜଳସେଚନ ସାମୟିକ ବନ୍ଦ ରଖନ୍ତୁ ।
୫)ପନିପରିବା ତୋଳିବା ଅବସ୍ଥାରେ ଥିଲେ ସେଗୁଡ଼ିକୁ ତୋଳି ଦେଇ ବିକ୍ରିବଟା କରିଦିଅନ୍ତୁ ।
୬)ପିଆଜ ଓ ରସୁଣ ଅମଳ ସାପେକ୍ଷ ହୋଇଯାଇଥିଲେ, ଏହାକୁ ଆଦାୟ କରି ଖେଳେଇ କରି ଶୁଖାନ୍ତୁ ।
୭) ଝିପିଝିପି ବର୍ଷା ଯୋଗୁଁ ଲଟା ଜାତୀୟ ପନିପରିବା ଫସଲରେ ଶୋଷକ କୀଟ ଲାଗି ଅଗ ଭୃଷୁଙ୍ଗା ହୋଇଯିବାର ସମ୍ଭାବନା ଅଛି । ଠିକ୍ ଭାବରେ ଫସଲ ନିରୀକ୍ଷଣ କରି ଏହାର ନିରାକରଣ ପାଇଁ ଏକର ପ୍ରତି ୪୦ ଗ୍ରାମ ଥାୟୋମେଥୋକଜାମ୍ କିମ୍ବା ୫୦ ମିଲି ଇମିଡାକ୍ଲୋପ୍ରିଡ୍ କିମ୍ବା ୫୦ ଗ୍ରାମ ଏସିଟାମିପ୍ରିଡକୁ ୨୦୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ ।
୮)ବର୍ଷା ପରବର୍ତ୍ତୀ ସମୟରେ ବାଇଗଣ, ଭେଣ୍ଡି ଓ ଲଙ୍କା ପ୍ରମୃତି ପନିପରିବାରେ ମୂଳସଢ଼ା ରୋଗ ଦେଖାଦେବାର ସମ୍ଭାବନା ଅଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ୧ ଲିଟର ପାଣିରେ ୨ ଗ୍ରାମ ମେଟାଲାକ୍ଲିଲ ମମାଙ୍କୋଜେବ୍ ବିଶ୍ରିତ ଔଷଧ ମିଶାଇ ମାଟି ଭିଜା କରନ୍ତୁ ।
୯) କଖାରୁ ଜାତୀୟ ଫସଲରେ ବର୍ଷା ପରବର୍ତ୍ତୀ ସମୟରେ ନିମ୍ନମୁଖୀ ପତ୍ରପୋଡ଼ା ରୋଗ ଦେଖାଦେଇପାରେ । ଏହି ରୋଗକୁ ନିୟନ୍ତ୍ରଣ ପାଇଁ ୧ ଲିଟର ପାଣିରେ ୨ ଗ୍ରାମ ମେଟାଲାକ୍ଟିଲ ମାଙ୍କୋଜେବ୍ ମିଶ୍ରିତ ଔଷଧ କିମ୍ବା ୦.୬ ଗ୍ରାମ ଅଜୋସ୍କିଷ୍ଟ୍ରୋବିନ୍ ଟେବୁକୋନାଜୋଲ୍ ମିଶ୍ରିତ ଔଷଧ ମିଶାଇ ୧୦ ଦିନ ଅନ୍ତରରେ ୨ରୁ ୩ ଥର ଅଦଳବଦଳ କରି ସିଂଚନ କରନ୍ତୁ ।
୧୦) ଝୁଡ଼ଙ୍ଗରେ କଳଙ୍କି ରୋଗ ଦେଖାଯିବା ସମ୍ଭାବନା ଅଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତି ଲିଟର ପାଣିରେ ୨ ଗ୍ରାମ କ୍ଲୋରୋଥାଲାନିଳ୍ ମିଶାଇ ସିଂଚନ କରନ୍ତୁ ।
୧୧)ବର୍ଷା ଜଳକୁ ଉପଯୋଗ କରି ଖରାଟିଆ ଚାଷ କରି ଜମି ପ୍ରସ୍ତୁତ କରନ୍ତୁ
୧୨) ଖରାଟିଆ ଶାଗ ଓ ନଳିତା ବୁଣାବୁଣି କାର୍ଯ୍ୟ କରନ୍ତୁ ।
୧୩) ଖରିଫ ଫସଲ ପାଇଁ ବିହନ, ସାର ଇତ୍ୟାଦି ସଂଗ୍ରହ କରି ରଖନ୍ତୁ ।
୧୪) କୋଭିଡ୍‌-୧୯ ଯୋଗୁଁ ତାଲାବନ୍ଦ ଅବଧିରେ ବିଭିନ୍ନ କୃଷି କାର୍ଯ୍ୟ ଓ ବିକ୍ରିବଟା କରିବା ସମୟରେ ଅନୁମୋଦିତ ସତର୍କତା ଯଥା ମୁହଁରେ ମାସ୍କ୍ ବ୍ୟବହାର ଏବଂ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ ।

hiranchal ad1
Leave A Reply

Your email address will not be published.

8 + fifteen =