ଗଜପତି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଅକ୍ଷୟ ତୃତୀୟା ପାଳିତ

0 117

ସଂପ୍ରତି କରୋନା ଭୁତଣୁ ପ୍ରଭାବରେ ରାଜ୍ୟରେ ଲକଡାଉନ କଟକଣା ଲାଗୁ ହୋଇଥିବା ସତ୍ୱେ ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟ କର୍ତ୍ତା ମାନେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା କୁ ଗୁରୁତ୍ୱ ଦେଇ ମୁହଁରେ ମାସ୍କପିନ୍ଧି ଅଖିମୁଠି ଅନୁକୂଳ କରିଛନ୍ତି।

hiring

ସେହିଭଳି ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର କେରାଣ୍ଡି ପଞ୍ଚାୟତର କେରାଣ୍ଡି ଗ୍ରାମରେ ବିଜେପି କୃଷକ ମୋର୍ଚ୍ଚାର ସଭାପତି ପ୍ରଶାନ୍ତ କୁମାର ପାଳ ସାମାଜିକ ଦୂରତା ରକ୍ଷା କରି ଅକ୍ଷୟ ତୃତୀୟା ଉପଲକ୍ଷେ ଅଖି ମୁଠି ଅନୁକୂଳ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଚାଷୀ ମାନେ ଯୋଗ ଦେଇଥିଲେ।ଗ୍ରାମରେ ଲୋକଙ୍କୁ କୋରନା ଉପରେ ସଚେତନତା କରାଇବା ସହ ଲୋକଙ୍କୁ ମାସ୍କ ସାବୁନ ବିସ୍କୁଟ ବଣ୍ଟନ କରିଥିଲେ।

hiranchal ad1
Leave A Reply

Your email address will not be published.

three + 7 =