ଅଇଁଠାପାଲି ଛକର ସ୍ଥାୟୀ ମରାମତି ପାଇଁ ଦାବିପତ୍ର

0 55

ସମ୍ବଲପୁର, ୭/୭- ସମ୍ବଲପୁର ନଗରର ପ୍ରବେଶ ପଥ ରୂପେ ପରିଚିତ ଅଇଁଠାପାଲି ଛକର ବର୍ତ୍ତମାନ ଦୟନୀୟ ସ୍ଥିତିକୁ ନେଇ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି । ମାଁ ଲିମସରିଏନ ଯୁବ ସଚେତନ ସଂଘ ପକ୍ଷରୁ ଏକ ଯୁବଗୋଷ୍ଠୀ ଆଜି ସମ୍ବଲପୁର ଜିଲ୍ଲା ପ୍ରଶାସନ ଜରିଆରେ ଭାରତର ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣର ମୁଖ୍ୟଯନ୍ତ୍ରୀଙ୍କୁ ଏବିଷୟରେ ଲିଖିତ ରୂପେ ଦାବିପତ୍ର ଦିଆଯାଇଛି । ସେମାନଙ୍କ କହିବା ଅନୁସାରେ ଏହି ମୁଖ୍ୟଛକ ଦେଇ ରାଷ୍ଟ୍ରୀୟ ରାଜପଥ ଯାଇଛି, ଯାହାର ଏକପଟେ କଲିକତା ଓ ଅନ୍ୟ ପଟେ ମୁମ୍ବାଇକୁ ବାଟ ଯାଇଛି । ଏହାବ୍ୟତୀତ ଏହି ଛକଦେଇ ସମ୍ବଲପୁର ନଗରକୁ ପ୍ରବେଶ କରାଯାଏ ଓ ଏହି ଛକରୁ ବିଜୁ ଏକ୍ସପ୍ରେସ ରାଜପଥ ରାଉରକେଲାକୁ ଯିବାପାଇଁ ବାଟ ରହିଛି । ଏପରି ମହତ୍ତ୍ୱପୂର୍ଣ୍ଣ ଛକ ସତ୍ୱେ ଗତ ପ୍ରାୟ ୫/୬ ବର୍ଷ ହେଲା ଏହାର ଦୂରାବସ୍ଥା ନ କହିଲେ ଭଲ । ସ୍ଥାନୀୟ ଜନସାଧାରଣ ପ୍ରତିବର୍ଷ ଏ ବିଷୟରେ ଅଭିଯୋଗ କରନ୍ତି ଓ ସାମାନ୍ୟ ଅସ୍ଥାୟୀ ମରାମତି ବଳରେ ସେମାନଙ୍କୁ ଚୁପ କରିଦିଆଯାଏ । ବର୍ଷା ଦିନରେ ଉକ୍ତ ଛକ ଦେଇ ଯିବାଆସିବା କଷ୍ଟକର ବ୍ୟାପାର ହୋଇଥାଏ । ସେଠାରେ ଛୋଟ ଚାରିଚକିଆ ବାହନ ଚଳାଚଳ କଷ୍ଟକର ହୋଇଥାଏ, ଏଣୁ ଦ୍ୱିଚକିଆ ବାହନ ଚାଳକ ଜୀବନକୁ ପାଣି ଛଡେଇ ଉକ୍ତ ଛକଦେଇ ଯାଆସ କରନ୍ତି । ଏପରିପ୍ରେକ୍ଷୀରେ ଉକ୍ତ ଅଇଁଠାପାଲି ଛକର ସ୍ଥାୟୀ ମରାମତି କରିବାପାଇଁ ଦାବି କରାଯାଇଛି ।

hiranchal ad1
Leave A Reply

Your email address will not be published.

seventeen − 12 =