ସିମନବାଡ଼ି ଅଞ୍ଚଳରେ ବିଜୁଳିର ଲୁଚକାଳି, ଦାନା ବାନ୍ଧୁଛି ଅସନ୍ତୋଷ

0 205

ଦାରିଙ୍ଗବାଡ଼ି,୨୯/୬ : ରାଜ୍ୟ ସରକାର କୌଣସି ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ କିମ୍ବା ବିଦ୍ୟୁତ କାଟ ହେବନାହିଁ ବୋଲି ନିର୍ଭର ପ୍ରତିଶୃତି ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ ଗ୍ରାମାଞ୍ଚଳରେ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି l ବର୍ଷର ବାରମାସ ଯାକ ବିଦ୍ୟୁତ ସେବା ଗ୍ରାହକ ମାନଙ୍କୁ ଯୋଗାଇଦେବାରେ ଅବ୍ୟବସ୍ଥା ଦେଖା ଦେଇଥିବା ବେଳେ ଗ୍ରାମାଞ୍ଚଳ ଗୁଡିକରେ ଅଧିକା ଦେଖାଦେଇଛି l ବିଭାଗୀୟ କର୍ମଚାରୀଙ୍କ ଉଦାସୀନତା ହେଉ କିମ୍ବା ଗ୍ରାମାଞ୍ଚଳ ରେ ବିଦ୍ୟୁତ ସେବା ସ୍ୱlଭାଭିକ କରିବା ପାଇଁ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କ ଅବହେଳା ଯୋଗୁଁ ଦାରିଙ୍ଗବାଡ଼ି ବ୍ଲକ ର କିଛି ନିର୍ଦ୍ଧିଷ୍ଟ ଅଞ୍ଚଳରେ ସଦାସର୍ବଦା ବିଜୁଳିର ଲୁଚକାଳି ଦେଖାଦେଉଛି l ଦାରିଙ୍ଗବାଡ଼ି ଠାରେ ଥିବା ସବଷ୍ଟେସନରେ ବିଦ୍ୟୁତ ରହୁଥିବା ବେଳେ ଗ୍ରାମାଞ୍ଚଳ ପାଇଁ ନିଯୁକ୍ତ ହୋଇଥିବା କର୍ମଚାରୀମାନଙ୍କ ଅବହେଳା ଯୋଗୁଁ ସାମାନ୍ୟ ବର୍ଷା ପବନ ହେଲେ କେତେବେଳେ ବିଦ୍ୟୁତ ତାର ଛିଣ୍ଡି ଯାଉଛି ତ କେତେବେଳେ ବିଜୁଳି ଘଡ଼ ଘଡ଼ି ହେବା ଦ୍ୱାରା ଦୁର୍ବଳ ଥିବା ଶଙ୍ଖ ଗୁଡ଼ିକ ଫାଟି ଯାଉଥିବା କାରଣରୁ ବିଦ୍ୟୁତ ସେବା ବନ୍ଦ ରହୁଛି ବୋଲି ଦାରିଙ୍ଗବାଡ଼ି ବିଦ୍ୟୁତ ବିଭାଗର କର୍ମଚାରୀମାନେ ମୋବାଇଲରେ ମେସେଜ ମାଧ୍ୟମ ରେ ସୂଚନା ଦେଉଛନ୍ତି l ବର୍ତ୍ତମାନ କରୋନା ଯୋଗୁଁ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ଛାତ୍ରଛାତ୍ରୀମାନେ ଘରେ ରହି ପାଠ ପଢ଼ୁଥିବା ବେଳେ ବିଦ୍ୟୁତ ସେବା ନରହିବାରୁ ପାଠ ପଢ଼ାରେ ବହୁତ ସମସ୍ୟା ଦେଖାଦେଉଛି l ଦାରିଙ୍ଗବାଡ଼ି ସବ-ଷ୍ଟେସନ ଅନ୍ତର୍ଗତ ସିମନବାଡ଼ି ଫିଡର ରେ ଥିବା ୫ପଞ୍ଚାୟତର ବୁଡ଼ାଗୁଡା, ଗୁମିକିଆ, ଡେମୀଙ୍ଗିଆ, ତିଲୋରୀ, କୁମ୍ଭାର ମୁଣ୍ଡା, ସୁଜା ମାଜୁ,ସିମନବାଡ଼ି, କିରୀକୁଟି ,ଆଦିବାସୀ, ଲୁଡୁବାନ୍ଦା ଶ୍ରାନିକେତା ,ଡାବୁଲମାହା,ସୁଲୁମାହା ,ତେରାବାଡ଼ି ,କାଡାସପଟ୍ଟା ଆଦି ଅଞ୍ଚଳରେ ଏହି ଭଳି ସମସ୍ୟା ଲାଗିରହିଥିବା ବେଳେ ଗତ ୨ମାସରୁ ଉର୍ଦ୍ଧ୍ବ ଦିନ ହେଲା ଏହା ବହୁ ମାତ୍ରାରେ ବୃଦ୍ଧି ପାଇଛି l ଦିନତମାମ ତୁହାକୁ ତୁହା ବିଦ୍ୟୁତ କାଟ ହେଉଥିବା ବେଳେ ବର୍ଷାପବନର ଆଭାସ ମିଳିବାମାତ୍ରେ ସନ୍ଧ୍ୟା ସମୟରେ ହେବା ମାତ୍ରେ ଏହି ସବୁ ଅଞ୍ଚଳରୁ ବିଜୁଳି ଗାଏବ ହୋଇଯାଉଛି l କର୍ମଚାରୀଙ୍କୁ କୌଣସି ଉପଭୋକ୍ତା ଟି ଏ ସମସ୍ୟା ବାବଦରେ ପଚାରିବା ପାଇଁ ଫୋନ କରିବା ସମୟରେ ଫୋନ ସ୍ୱିଚ ଅଫ ହୋଇଯାଇଥାଏ l ସାମାନ୍ୟ ତ୍ରୁଟି ଥିବା ବେଳେ ଏହିସବୁ ଅଞ୍ଚଳ ପାଇଁ ନିଯୁକ୍ତ କର୍ମଚାରୀ ମାନେ ସନ୍ଧ୍ୟା ପରେ ମରାମତି କରିବା ପାଇଁ ଇଚ୍ଛା ପ୍ରକାଶକରୁନଥିବାରୁ ଅଞ୍ଚଳବାସୀ ମାନେ ସାରା ରାତି ଅନ୍ଧାରରେ ରହିଥାନ୍ତି l ତେବେ ସିମନବାଡ଼ି ଫିଡର ରେ ଥିବା ୫ପଞ୍ଚାୟତ ଅନ୍ଧାରରେ ଥିବା ବେଳେ କିନ୍ତୁ ଦାରିଙ୍ଗବାଡ଼ି ରେ ବିଦ୍ୟୁତ ସେବା ଚାଲୁ ରହିଥାଏ ଯାହାକୁ ନେଇ ଗ୍ରାହକ ମାନେ ବିଭାଗର କର୍ମଚାରୀ ମାନଙ୍କୁ ଦୋଷ ଦେଉଛନ୍ତି l କାହିଁକି ନା ଅଞ୍ଚଳ ପାଇଁ ନିଯୁକ୍ତ କର୍ମଚାରୀ ମାନେ ଘରେ ଆରାମ ରେ ରହୁଥିବା ବେଳେ ପ୍ରାୟ ସବୁଦିନ ସକାଳ ୫ଟା ରୁ ୬ଟା ମଧ୍ୟରେ ବିଦ୍ୟୁତ ସ୍ୱାଭାବିକ ହୋଇଥାଏ l ଯାହାକୁ ନେଇ ଗ୍ରାହକ ମାନେ ଅସନ୍ତୋଷ ପ୍ରକାଶ କରି ସାମାନ୍ୟ କାରଣରୁ ରାତି ସାରା ଅନ୍ଧାରରେ ରହିଲୁ l କେହି ମରାମତି କରିବାକୁ ଗଲେ ନାହିଁ l ସକାଳ ହେଲେ ମରାମତି କରିବାକୁ ଯିବାରୁ ସାମାନ୍ୟ ତ୍ରୁଟି ଥିବାରୁ ବିଦ୍ୟୁତ ସେବା ସ୍ୱାଭାଭିକ ହୋଇଗଲା ତେଣୁ ଯଦି ରାତିରେ ମରାମତି କରିଥାନ୍ତେ ତାହାଲେ ଗ୍ରାହକ ମାନେ ଉପକୃତ ହୋଇପାରିଥାନ୍ତେ ବୋଲି ବୁଡ଼ାଗୁଡା ଅଞ୍ଚଳବାସୀ ମାନେ ପ୍ରକାଶ କରିଛନ୍ତି l ଅନ୍ୟପକ୍ଷରେ ବିଦ୍ୟୁତ ବିଲ ଆଦାୟ କରୁଥିବା ସଂସ୍ଥା ବିଲ ଆଦାୟ କରିବାରେ କୌଣସି ଅବହେଳା କରୁନଥିବା ବେଳେ ବିଦ୍ୟୁତ ବିଭାଗ କର୍ମଚାରୀ ମାନଙ୍କର ରକ୍ଷଣାବେକ୍ଷଣ ଅବହେଳା କାରଣରୁ ଗ୍ରାହକ ମାନଙ୍କୁ ଅନେଲ କ୍ଷତି ସହିବାକୁ ପଡ଼ୁଛି l ବିଦ୍ୟୁତ ପରିବହନ କରୁଥିବା ବିଦ୍ୟୁତ ତାର ଓ ଶଙ୍ଖ ମରାମତି କରି ବଦଳାଇବା ପାଇଁ ବର୍ଷକୁ ବର୍ଷ ଲକ୍ଷ ଲକ୍ଷ ଟଙ୍କା ମଞ୍ଜୁର ହୋଇ ଆସୁଥିବା ବେଳେ ବିଭାଗୀୟ କର୍ମଚାରୀ ମାନେ ତାହାକୁ ଚଳୁ କରିଦେଉଥିବାରୁ ତାହା କାମରେ ଅସୁନଥିବା ବେଳେ ମଞ୍ଜୁର ଅର୍ଥ ର ବିଲ ପାସ କରିବା ପାଇଁ ବିଭାଗ ତରଫରୁ ବିଦ୍ୟୁତ ମରାମତି କରାଯିବ ବୋଲି କହି ଅଞ୍ଚଳରେ ବହୁ ସମୟରେ ସକାଳରୁ ସଞ୍ଜ ଯାଏଁ ବିଦ୍ୟୁତ କାଟ କରାଯାଇଥାଏ l ଯାହାକୁ ବିଦ୍ୟୁତ ସେବା ନପାଇ ଅତିଷ୍ଠ ଗ୍ରାହକ ମାନେ ଏହି ବିଦ୍ୟୁତ କାଟ କରାଯାଉଥିବା ଦିନକୁ ବିଭାଗୀୟ କର୍ମଚାରୀ ଙ୍କ ବଣ ଭୋଜି ବୋଲି କହି ଛନ୍ତି ଗୁମିକିଆ ଓ ଡେମୀଙ୍ଗିଆ ଅଞ୍ଚଳବାସୀ l ଦାରିଙ୍ଗବାଡ଼ି ସବ ଷ୍ଟେସନ ଅଧୀନରେ ଥିବା ବହୁ ୧୧କେଭି ବିଦ୍ୟୁତ ଲାଇନ ର ତାର ଗୁଡ଼ିକ ଦୁର୍ବଳ ହୋଇଗଲାଣି କିନ୍ତୁ ସେଗୁଡିକୁ ବଦଳା ଯାଉନଥିବା କାରଣରୁ ଗ୍ରାହକ ମାନେ ଅନେକ ସମୟରେ ଅନ୍ଧାରରେ ରହିଥାନ୍ତି l ଅନ୍ୟପକ୍ଷରେ ଏହି ୫ପଞ୍ଚାୟତ ର ଗ୍ରାମଗୁଡିକ ପାଇଁ ନିଯୁକ୍ତ ପାଇଥିବା ଲାଇନମ୍ୟାନ ଓ ଅନ୍ୟ କର୍ମଚାରୀ ମାନେ ସିମନବାଡ଼ି ରେ ରହିବା ପରିବର୍ତ୍ତେ କିଏ ଦାରିଙ୍ଗବାଡ଼ି ରେ ତ କିଏ ଘୁ ଉଦୟଗିରି ରେ ନିଜ ଇଛା ମୁତାବକ ରହି ଯିବା ଆସିବା କରୁଛନ୍ତି l ଏମିତିକି2 ଗ୍ରାମାଞ୍ଚଳ ପାଇଁ ନିଯୁକ୍ତ ହୋଇଥିବା କର୍ମଚାରୀ ମାନଙ୍କୁ ବିଦ୍ୟୁତ ସମସ୍ୟା ବାବଦରେ ପଚାରିଲେ ତୁମର ମିଟର ଯେତିକି ଘୁରୁଛି ସେତିକି ଟଙ୍କା ର ବିଲ ଆଦାୟ ହେଉଛି ବିଦ୍ୟୁତ ନଥିବା ସମୟର ବିଲ ତୁମେ ମାନେ କଣ ଦେଉଛ କି ବୋଲି ଓଲଟା ଅବାନ୍ତର ଯୁକ୍ତି ଗ୍ରାହକ ମାନଙ୍କୁ କହୁଥିବା ଗ୍ରାହକ ମାନେ ଅଭିଯୋଗ କରିଛନ୍ତି l ତେଣୁ ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ନଦେଲେ ଆଗାମୀ ଦିନରେ ବିଦ୍ୟୁତ ସେବା ପାଇଁ ଅଞ୍ଚଳରେ ଜନ ଆନ୍ଦୋଳନ କରାଯିବ ବୋଲି ୫ପଞ୍ଚାୟତର ଜନପ୍ରତିନିଧି ମାନେ ମତ ପ୍ରକାଶ କରିଛନ୍ତି l

hiranchal ad1
Leave A Reply

Your email address will not be published.

three × two =