ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ସୋନପୁର ପ୍ରିଣ୍ଟ ମିଡ଼ିଆ ଫୋରମ ତରଫରୁ ଶୋକସଭା

0 118

ସୋନପୁର,୨୪/୯- ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ସୋନପୁର ପ୍ରିଣ୍ଟ ମିଡ଼ିଆ ଫୋରମ ତରଫରୁ ଆଜି ସନ୍ଧ୍ୟାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱର୍ଗତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ଶ୍ରନ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସ୍ୱର୍ଗତ ଦାସଙ୍କ ନିର୍ଭିକ ସାମ୍ବାଦିକତା ଓ ନିରପେକ୍ଷତା ଉପରେ ଶୋକ ସଭାରେ ଉପସ୍ଥିତ ସାମ୍ବାଦିକ ମାନେ ମତବ୍ୟକ୍ତ କରିଥିଲେ । ଅରିନ୍ଦମ ସବୁବେଳେ ରିସ୍କ ନେଇ ନିଜ ଜୀବନକୁ ବାଜି ଲଗାଇ ରିପୋର୍ଟିଂ କରୁଥିଲେ । ବାତ୍ୟା, ବଢ଼ି ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟର ଲାଇଭ ରିପୋର୍ଟିଂ କରୁଥିଲେ । ଆଜି ହଠାତ ତାଙ୍କ ମୃତ୍ୟ ଖବର ଶୁଣି ବିଶ୍ୱାସ କରିହେଲା ନାହିଁ । ଦେଶ ପାଇଁ, ସମାଜ ପାଇଁ କାର୍ଯ୍ୟ କରି ନିଜ ଜୀବନକୁ ଉତ୍ସର୍ଗ କରିଥିବା ନିର୍ଭିକ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଜଣେ କାଳଜୟୀ ସାମ୍ବାଦିକ ଭାବେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସ୍ୱର୍ଗତ ଦାସଙ୍କ ନିଷ୍ଠା, ଦୃଢ ଇଛା ଶକ୍ତି ଆଗାମୀ ଯୁବ ସାମ୍ବାଦିକଙ୍କୁ ପ୍ରେରଣା ଦେବ ବୋଲି ମତ ରଖିଥିଲେ । ଏହି ଶୋକ ସଭାରେ ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ପ୍ରଦୀପ ପୁରୋହିତ, ରଶ୍ମିରଂଜନ ଦାସ,ବିନୋଦ ମେହେର ଓ ଲଡ଼ୁକିଶୋର ମଲ୍ଲିକଙ୍କ ସମେତ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସର୍ବଶ୍ରୀ ବିନୟ ରଂଜନ ପ୍ରଧାନ ମନୋରଞ୍ଜନ ତ୍ରିପାଠୀ, ପ୍ରକାଶ ବେବର୍ତ୍ତା, ସଞ୍ଜୟ ସାହୁ, ସତ୍ୟବ୍ରତ ପ୍ରଧାନ, ନବ ମିଶ୍ର, ସନ୍ତୋଷ ମିଶ୍ର, ରାଜକିଶୋର ତ୍ରିପାଠୀ, ମହାଦେବ ମଲ୍ଲିକ, ପିତାମ୍ବର ମହାପାତ୍ର, ଯୁଧିଷ୍ଠିର ସାହୁ, ନିରଞ୍ଜନ ଭୋଇ, ନରେନ ମଲ୍ଲିକ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଅରିନ୍ଦମ ଦାସଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସାମ୍ବାଦିକତା କ୍ଷେତ୍ରରେ ଏହା ଗଭୀର ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ମତବ୍ୟକ୍ତ କରିଥିଲେ ।

hiranchal ad1
Leave A Reply

Your email address will not be published.

four × 4 =