ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ଦ୍‌ର ପ୍ରଭାବ, ଜୀବନଯାତ୍ରା ଠପ୍‌

0 224

ସୋନପୁର,୨୬/୧୧- କେନ୍ଦ୍ରୀୟ ଶ୍ରମିକ ସଂଗଠନର ଆହ୍ୱାନରେ ଡାକରା ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ବେଶ ଅନୁଭୂତ ହୋଇଛି । ଏଥିପାଇଁ ସମସ୍ତ ଗାଡିମୋଟର ଚଳାଚଳ ,ଦୋକାନ ବଜାର, ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ,ସମସ୍ତ ବ୍ୟାଙ୍କ, ପୋଷ୍ଟ୍‌ ଅଫିସ ବନ୍ଦ ରହିଥିବା ବେଳେ ଶ୍ରମିକ ସଂଗଠନର ପ୍ରତିନିଧିମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିବା ଦେଖାଯାଇଛି । ସହରର ବିଭିନ୍ନ ଛକ ମାନଙ୍କରେ ବିକ୍ଷୋଭକାରୀ କେନ୍ଦ୍ର ସରକାରଙ୍କ ଏକାଧିକ ସରକାରୀ କ୍ଷେତ୍ରରେ ଘରୋଇକରଣ, ନୂତନ କୃଷି ଆଇନର ବିରୋଧ, ତଥା ମୋଦି ସରକାରଙ୍କ ଶ୍ରମିକବିରୋଧୀ ଚିନ୍ତାଧାରା ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି ବୋଲି ମତବ୍ୟକ୍ତ କରି କେନ୍ଦ୍ର ସରକାର ବିରୋଧରେ ବିଭିନ୍ନ ନାରାଦେଇ ଶ୍ରମିକ, କୃଷକ ଓ ଜନବିରୋଧି ନୀତିର ଖୁବ ସମାଲୋଚନା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବନ୍ଦକୁ ଏଆଇଟିୟୁସି, ଆଇଏନଟିୟୁସି, ଏଚ ଏମ ଏସ୍‌, ସିଆଇଟିୟୁ, ବ୍ୟାଙ୍କ ଓ ବୀମା କମ୍ପାନୀର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ରାଜନୈତିକ ଦଳର ସମର୍ଥନରେ ଡାକରା ଦିଆଯାଇଥିବା ଏହି ଭାରତ ବନ୍ଦକୁ ଜନସାଧାରଣଙ୍କ ଅଭୂତପୂର୍ବ ସମର୍ଥନ ଯୋଗୁଁ ଏହା ଶାନ୍ତିପୂର୍ଣ୍ଣ ଭାବେ ପାଳନ ହୋଇଥିବା ଦେଖାଯାଇଥିଲା । ବିଶିଷ୍ଟ ଶ୍ରମିକ ନେତା ତଥା ଏସୟୁସିଆଇ (କମ୍ୟୁନିଷ୍ଟ) ର ରାଜ୍ୟ ସଦସ୍ୟ ଗୋବିନ୍ଦ ମହାରଣା, ନଗର କଂଗ୍ରେସ ସଭାପତି ସୁଧିର ପଣ୍ଡା, ନିମାଇଁ ପାଣିଗ୍ରାହୀ, କର୍ଣ୍ଣରାଜ ପ୍ରଧାନ,କୁଶ ମହାକୁଡ଼, ସୁରୁ ସୁରୁଜାଲ, କୃଷ୍ଣଚନ୍ଦ୍ର କମ୍ପ, ଦୟାନିଧି ବେହେରା,ଚନ୍ଦ୍ରଶେଖର ଡାଙ୍ଗ,ରମେଶ ପ୍ରଧାନ, ରମେଶ ନନ୍ଦ, ସୀତି ମହାକୁଡ଼, ସୂର୍ଯ୍ୟକାନ୍ତ ରାଉତ,ଅର୍ଜୁନ ବାଦୀ ପ୍ରମୁଖ ଏହି ବନ୍ଦ ପାଳନରେ ସକ୍ରିୟ ଯୋଗଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

eleven − two =