ବିଡ଼ିଓଙ୍କ ବଦଳି ଦାବିରେ ୨୩ଦିନରେ ପହଞ୍ଚିଲା ଜନପ୍ରତିନିଧିଙ୍କ ଧାରଣା ପ୍ରଶାସନର ନିଘା ନାହିଁ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଲେ ଆନ୍ଦୋଳନକାରୀ

0 108

ବାଲିଗୁଡ଼ା,୨୬/୧୧ : ଯୋର୍‌ ଧରିଲା ବାଲିଗୁଡ଼ା ବିଡ଼ିଓ ନରେଶ ଚନ୍ଦ୍ର ଶବରଙ୍କ ବଦଳି ଦାବୀ । ବିଡ଼ିଓଙ୍କ ବଦଳି ଦାବିରେ ଗତ ୩ ତାରିଖରୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଜନ ପ୍ରତିନିଧି । ଆଜକୁ ୨୩ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ଆଜି ବାଲିଗୁଡ଼ା ବ୍ଲକ୍‌ କାର୍ଯ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରିବାସହ କାର୍ଯ୍ୟାଳୟ ଭିତରକୁ କୌଣସି କର୍ମଚାରୀଙ୍କୁ ଭିତରକୁ ଛାଡ଼ୁନାହାନ୍ତି ଜନ ଆନ୍ଦୋଳନକାରୀ । ବିଡ଼ିଓଙ୍କ ଜନପ୍ରତିନିଧିଙ୍କୁ ଅଣଦେଖା,ଦୁର୍ବ୍ୟବହାର ଓ ଅଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟ ଉପରେ କୌଣସି ଗୁରୁତ୍ୱ ଦେଉନଥିବା ଅଭିଯୋଗରେ ଧାରଣାରେ ବସିଛନ୍ତି ଜନପ୍ରତିନିଧି । ଯଥାଶୀଘ୍ର ବିଡ଼ିଓଙ୍କୁ ବଦଳି କରାନଗଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି କହିଛନ୍ତି ବାଲିଗୁଡ଼ା ବ୍ଲକ୍‌ ଅଧ୍ୟକ୍ଷ ପ୍ରମୋଦ ମଲ୍ଲିକ ଓ ଉପାଧ୍ୟକ୍ଷ ମିନତୀ ସୁନା । ସେପଟେ ଘଟଣାସ୍ଥଳରେ ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍‌ ଓ ଆଇପିଏସ ଅଭିନବ ସୋନକାର୍‌ ପହଁଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଆନ୍ଦୋଳନକାରୀ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − six =