ନିଆଁରେ ପୋଡ଼ିଯାଇ ନାବାଳକର ଶୋଚନୀୟ ମୃତ୍ୟୁ

0 164

ସୁବର୍ଣ୍ଣପୁର,୨୫/୪- ସୁବର୍ଣ୍ଣପୁର ଜିଲ୍ଲା ବିନିକାବ୍ଲକ ଶଙ୍କରା ଗାଁରେ ଆଜି ଭୋର ସକାଳୁ ଏକ ଅଗ୍ନିକାଣ୍ଡ ଘଟି ଜଣେ ନାବାଳକର ଶୋଚନୀୟ ମୃତ୍ୟୁ ହୋଇଛି । ଚା’ ତିଆରି କରୁଥିବାବେଳେ ଅଚାନକ ଗ୍ୟାସ୍‌ଲିକ୍‌ ହୋଇଯିବାରୁ ଘର ପୋଡ଼ିଯିବା ସହ ଜଣେ ୧୦ବର୍ଷ ନାବାଳକ ବାବୁଶାନ୍‌ ଗୁଡୁରିଆ ଗ୍ୟାସରେ ପୋଡ଼ିଯାଇ ମୃତ୍ୟୁ ଘଟିଛି । ଘଟଣା ପରେ ଆହତ ବାଳକକୁ ଚିକିତ୍ସା ପାଇଁ ବିନିକା ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେଠାରେ ତାର ମୃତ୍ୟୁ ହୋଇ ଯାଇଥିବା ଡାକ୍ତର ଘୋଷଣା କରିଥିଲେ । ଖବରପାଇ ବିନିକା ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଛି । ଏହି ଦୁର୍ଘଟଣା ଗାଁରେ ଶୋକର ବାତାବରଣ ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

twenty + 5 =