ଦିଲ୍ଲୀ ଆଉ ସପ୍ତାହେ ବଢିଲା ଲକଡାଉନ ଅବଧି

0 288

ନୂଆଦିଲ୍ଲୀ : ଦିଲ୍ଲୀରେ ଲକଡାଉନକୁ ଆଉ ଏକ ସପ୍ତାହ ବଢାଇଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି ଯେ, ଦିଲ୍ଲୀରେ ଯେଉଁପରି ଭାବରେ କରୋନା ସଂକ୍ରମଣ ଦ୍ରୁତିଗତିରେ ବଢୁଛି ଏହି ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ ରହିଥିଲା । ତେଣୁ ଲକଡାଉନକୁ ଆଉ ଏକ ସପ୍ତାହ ତଥା ମେ ୩ ତାରିଖ ସକାଳ ୫ଟା ଯାଏଁ ବଢାଯାଇଛି । ପୂର୍ବରୁ ଘୋଷଣା ହୋଇଥିବା ଲକଡାଉନର ଅବଧି ଆସନ୍ତାକାଲି ସକାଳ ୫ଟା ସୁଦ୍ଧା ଶେଷ ହୋଇଥାନ୍ତା ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସମୟରେ ସମସ୍ତ ଆବଶ୍ୟକୀୟ ସେବା ପୂର୍ବ ପରି ସମାନ ଢଙ୍ଗରେ ଜାରି ରହିବ । ଏହା କରୋନା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବ । ରବିବାର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏହି ସୂଚନା ଦେଇଛନ୍ତି । ଏହି ସମୟରେ ସେ ଦିଲ୍ଲୀରେ ଅମ୍ଳଜାନର ଅଭାବ ସମ୍ପର୍କରେ ସୂଚନା ଦେଇଥିଲେ ।
ସେ କହିଛନ୍ତି ଯେ ବର୍ତ୍ତମାନ ଦିଲ୍ଲୀକୁ ୪୯୦ମେଟ୍ରିକ ଟନ ଅମ୍ଳଜାନ ଆବଣ୍ଟନ କରାଯାଇଛି । ଗତକାଲି କେନ୍ଦ୍ର ସରକାର ଆଉ ୧୦ ଟନ୍ ଯୋଡିଛନ୍ତି । କିନ୍ତୁ ଦିଲ୍ଲୀରେ ଅମ୍ଳଜାନ ମାତ୍ର ୩୩୫ ମେଟ୍ରିକ ଟନ ପହଞ୍ଚି । ଆମେ ଏବଂ ଆମର ଅଧିକାରୀମାନେ ଦିନରାତି ନିୟୋଜିତ । ଅନେକ ସ୍ଥାନରେ ଆମେ ସଫଳ ହୋଇଛୁ, କିଛି ସ୍ଥାନ ମଧ୍ୟ ବିଫଳ ହୋଇଛୁ । କିନ୍ତୁ ଆମେ କଠିନ ପରିଶ୍ରମ କରୁଛୁ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

19 − seven =