ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

0 491

ସୁବର୍ଣ୍ଣପୁର,୩୦/୬ – ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜ଼ିଲ୍ଲାପାଳଙ୍କ ସଭାଗୃହ ଠାରେ ଜ଼ିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବୀରମହାରାଜପୁର ଉପ- ଜ଼ିଲ୍ଲାପାଳ ଶ୍ରୀ ଅଶୋକ ଭୋଇ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପିଡିଡିଆରଡିଏ ଡୋଳାମଣି ପଟେଲ, ଅତିରିକ୍ତ ଏସ ପି ଉତ୍କଳ କେଶରୀ ଦାଶ, ବିଭିନ୍ନ ବିଭାଗର ଜ଼ିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ଜ଼ିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ଜ଼ିଲ୍ଲାପାଳ ଅଫିସର ବରିଷ୍ଠ ଅଧିକାରୀ, କର୍ମଚାରୀ ଯୋଗ ଦେଇ ଜ଼ିଲ୍ଲାପାଳ ଶ୍ରୀମତୀ ବାନାର୍ଜୀଙ୍କ କାର୍ଯ୍ୟଶୈଳୀ ଆଗାମୀ ଦିନରେ ଆମ ସମସ୍ତଙ୍କୁ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିବ ବୋଲି ନିଜ ନିଜର ମତ ରଖି ଉଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ । ପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ ସହିତ ଏକ ସ୍ମୃତି ଫଳକ ପ୍ରଦାନ କରି ଜ଼ିଲ୍ଲାପାଳ ଶ୍ରୀମତୀ ବାନାର୍ଜୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଜ଼ିଲ୍ଲାପାଳ ଆପଣ ମାନଙ୍କ ସମସ୍ତଙ୍କ ଦୃଢ ମନୋବଳ, ସହଯୋଗ ଓ କର୍ମ ତତ୍ପରତା ଜ଼ିଲ୍ଲାର ସାମୁହିକ ବିକାଶ ସମ୍ଭବ ହୋଇ ପାରିଛି ବୋଲି ମତରଖି ସଭାରେ ଉପସ୍ଥିତ ସମସ୍ତ ଅଧିକାରୀ, କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏବଂ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସୋନପୁର ଉପ ଜ଼ିଲ୍ଲାପାଳ ନିହାର ରଞ୍ଜନ କହଁର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

5 − 3 =