ରୋଜଗାରର ବାଟ ଦେଖାଇଛି ଆମ୍ବ ଟାକୁଆ

0 108

ବାଲିଗୁଡା,୩୦/୬- ରୋଜଗାରର ବାଟ ଦେଖାଇଛି ଆମ୍ବ ଟାକୁଆ । ନିଜେ ରୋଜଗାରକ୍ଷମ ହେବା ସହ ଦୈନିକ ୧୫ ରୁ ୨୦ ଲୋକଙ୍କୁ ରୋଜଗାରକ୍ଷମ କରାଉଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଦଣ୍ଡିମାହା ଗ୍ରାମର ଲକ୍ଷ୍ମଣ ବିନ୍ଧାଣୀ । ମହାମାରୀ କରୋନା ଯୋଗୁଁ ସାରା ଦେଶରେ ଅର୍ଥନୈତିକ ସ୍ଥିତି ଦୋହଲି ପଡ଼ିଛି । ସଂକ୍ରମଣ ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସଂକ୍ରମଣ ଭୟରେ ଲୋକେ ଘରୁ ବାହାରକୁ ବାହାରୁ ନାହାଁନ୍ତି । ଏଭଳି ପରିସ୍ଥିତିରେ ଗରିବ ଖଟିଖିଆ, ଦିନ ମଜୁରିଆ କାମଧନ୍ଦା ନପାଇ ଦୁଃଖ କଷ୍ଟରେ ପରିବାର ଚଳାଉଛନ୍ତି । ଏଭଳି ସମୟରେ ଗରିବଙ୍କୁ ରୋଜଗାରର ବାଟ ଦେଖାଇଛି ଆମ୍ବ ଟାକୁଆ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍‌ ଅନ୍ତର୍ଗତ ଦଣ୍ଡିମାହା ଗାଁ । ଏହି ଗାଁର ଲକ୍ଷଣ ବିନ୍ଧାଣୀ ନାମକ ଜଣେ ବ୍ୟକ୍ତି ଆମ୍ବ ଟାକୁଆରୁ କୋଇଲି ବାହାର କରି ନିଜେ ରୋଜଗାରକ୍ଷମ ହେବା ସହ ଦୈନିକ ୧୫ ରୁ ୨୦ ଲୋକଙ୍କୁ ରୋଜଗାରକ୍ଷମ କରାଉଛନ୍ତି । ଦିପଇସା ରୋଜଗାର ପାଇଁ ବେଶ୍‌ ଖୁସି ଅଛନ୍ତି ଅଞ୍ଚଳବାସୀ । କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ପ୍ରଚୁର ପରିମାଣର ଆମ୍ବ ଅମଳ ହୋଇଛି । କରୋନା ଯୋଗୁଁ ଲକ୍‌ ଡାଉନ୍‌, ସଟ୍‌ ଡାଉନ୍‌ ,ସପ୍ତାହନ୍ତ ସଟ୍‌ ଡାଉନ୍‌ ଯୋଗୁଁ ଅନେକ ଜୀବିକା ହରାଇଥିବା ବେଳେ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ରୋଜଗାରର ବାଟ ଦେଖାଇଛି ଏହି ଆମ୍ବ ଟାକୁଆ । ନିଜ ବୁଦ୍ଧି ବଳରେ ଦଣ୍ଡିମାହା ଗ୍ରାମର ଲକ୍ଷ୍ମଣ ବିନ୍ଧାଣୀ କିଛି ଟଙ୍କା ଯୋଗାଡ଼ କରି ଲୋକଙ୍କ ମାଧ୍ୟମରେ ଆଖପାଖ ଅଞ୍ଚଳରୁ ଆମ୍ବ ଟାକୁଆ ସଂଗ୍ରହ କରି ସେଥିରୁ କୋଇଲି ବାହାର କରି ବାହାର ରାଜ୍ୟକୁ ପଠାଉଛନ୍ତି । ବାହାରେ କୋଇଲି ତେଲର ବେଶ୍‌ ଚାହିଦା ଥିବାଯୋଗୁଁ ଏଥିପ୍ରତି ମନ ବଳାଇଥିଲେ ଲକ୍ଷ୍ମଣ ।

hiranchal ad1
Leave A Reply

Your email address will not be published.

14 − one =