ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ

0 94

ସୁବର୍ଣ୍ଣପୁର : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅବସ୍ଥିତ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱରଂଜନ ପତି ଅନୁମୋଦିତ ସ୍ୱାସ୍ଥ୍ୟକେନ୍ଦ୍ରରେ ଗର୍ଭପାତ କରାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ୯ ସପ୍ତାହ ମଧ୍ୟରେ ବଟିକା ସେବନ ଦ୍ୱାରା, ୧୨ ସପ୍ତାହ ମଧ୍ୟରେ ଏମଭିଏ ପଦ୍ଧତି ଦ୍ୱାରା ଏବଂ ୧୨ ରୁ ୨୪ ସପ୍ତାହ ମଧ୍ୟରେ ଅନୁମୋଦିତ ପଦ୍ଧତି ଦ୍ୱାରା ଗର୍ଭପାତ କରାଇବାର ପ୍ରାବଧାନ ସଂଶୋଧିତ ଗର୍ଭପାତ ଆଇନରେ ଉଲ୍ଲେଖ ଥିବା କଥା ସେ ଜଣାଇଥିଲେ ।
ଏହି ପାଳନତ୍ସୋବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁ, ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡାକ୍ତର ଦୈତ୍ୟ ନାରାୟଣ ପାଢୀ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ କୁମାର ଅଦାବର, ଜିଲ୍ଲା ରୋଗ ନିୟନ୍ତ୍ରଣ ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣ ଅଧିକାରୀ ଡାକ୍ତର ପଦ୍ମହଂସା ଦୋରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସୁରକ୍ଷିତ ଗର୍ଭପାତ ଓ ମାତୃସ୍ୱସ୍ଥ୍ୟ ଉପରେ ଆଲୋଚନା କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପ୍ରକାଶ ଦଣ୍ଡସେନା ସଂଶୋଧିତ ଗର୍ଭପାତ ଆଇନ ତଥା ସୁରକ୍ଷିତ ଓ ଆଇନଗତ ଗର୍ଭପାତ ସେବା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଗର୍ଭପାତ ପାଇଁ ଅନୁମୋଦିତ ସ୍ୱାସ୍ଥକେନ୍ଦ୍ରକୁ ହିତାଧିକାରୀଙ୍କ ସହ ସର୍ବାଧିକ ଥର ଯାଇଥିବା ଆଶାକର୍ମୀ ବାସନ୍ତୀ ତାଣ୍ଡିଆ, ସୁରୁକୁନି ପାତ୍ର ଏବଂ ସୂର୍ଯ୍ୟକାନ୍ତି ମେହେରଙ୍କୁ ସୋନପୁରୀ ହସ୍ତତନ୍ତ ଶାଢୀ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡିପିଏମ ବିଶ୍ୱମ୍ବର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଆଶା ସଂଯୋଜକ ତରଣୀସେନ ପ୍ରଧାନ, ସଞ୍ଜୟ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସାହାଯ୍ୟ କରିଥିଲେ । ଜିଲ୍ଲା ହିସାବ ରକ୍ଷକ ସରୋଜ ପଣ୍ଡାଙ୍କ ସମେତ ସ୍ୱାସ୍ଥ୍ୟ କର୍ମଚାରୀ, ସ୍ୱାସ୍ଥ୍ୟ ମିଶନର ପରିଚାଳକ, ଅଙ୍ଗନବାଡି କର୍ମୀ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ । ।

hiranchal ad1
Leave A Reply

Your email address will not be published.

eleven − ten =