ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ, ତିନି ଦୋକାନ ସିଲ

0 91

ସମ୍ବଲପୁର :ବାରମ୍ବାର ତାଗିଦ ସତ୍ତ୍ୱେ କିଛି ଲୋକେ କରୋନା କଟକଣା ଓ ଲକଡାଉନ ନିୟମ କୁ ବେଖାତିର କରୁଛନ୍ତି ତଥା ପୁଲିସ ନଜର ଅଢୁଆଳରେ ଦୋକାନ ଖୋଲୁଛନ୍ତି । ଏଣୁ ପୁଲିସ ପକ୍ଷରୁ କଠୋର ଆଭିମୁଖ୍ୟ ପ୍ରଦର୍ଶନ ସହିତ ଏପରି ଦୋକାନଗୁଡିକ ସିଲ କରି ଦିଆଯାଉଛି ଓ ଖିଲାପକାରୀ ଙ୍କ ବିରୁଦ୍ଧରେ ମାମଲା ରୁଜୁକରି କାର୍ଯ୍ଯାନୁଷ୍ଠାନ କରାଯାଉଛି । ଗତକାଲି ଏହିପରି ତିନୋଟି ଦୁକାନ ସିଲକରି ଦୋକାନୀ ଙ୍କ ବିରୁଦ୍ଧରେ ପୁଲିସ ମାମଲା ଦାଏର କରିଛି । ଏଗୁଡିକ ହେଲା, ଧନୁପାଲି ଥାନା ଅନ୍ତର୍ଗତ ପିଡବଲ୍ଯୁଡି କଲୋନୀରେ ଗୋଟିଏ, ଅଇଠାପାଲି ଥାନା ଅନ୍ତର୍ଗତ ଆଦର୍ଶ ନଗରରେ ଗୋଟିଏ ଓ ଖେତରାଜପୁର ଥାନା ଅନ୍ତର୍ଗତ ମାଲଵାରୀ ଗୋଟିଏ । ଏହା ସହିତ ପୁଲିସ ପକ୍ଷରୁ ଅଧିସୂଚନା ଜାରି କରି ଜନସାଧାରଣ ଙ୍କୁ ଏବିଷୟରେ ତାଗିଦ ମଧ୍ୟ କରାଯାଇଛି । ଏଥିରେ ସ୍ପଷ୍ଟ କରାଯାଇଛି ଯେ ଲକଡାଉନ ସମୟରେ କେଉଁ ଦୋକାନସବୁ ଖୋଲିବାକୁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ଓ ଏହାବ୍ଯତିତ ଅନ୍ୟ ସବୁ ଦୋକାନଗୁଡିକ ଖୋଲିବା ନିୟମଭଙ୍ଗ ବୋଲି ଧରାଯିବ ଓ ସେଗୁଡିକ ସିଲ କରାଯାଇ ଦୋକାନୀ ଙ୍କ ବିରୁଦ୍ଧରେ ନ୍ଯାୟୋଚିତ କାର୍ଯ୍ଯାନୁଷ୍ଠାନ କରାଯିବ । ଏହାସହିତ ଅନୁମତିପ୍ରାପ୍ତ ଦୋକାନଗୁଡିକ ଖୋଲିବା ଓ ବନ୍ଦ କରିବା ପାଇଁ ମଧ୍ୟ ସମୟ ଧାର୍ଯ୍ୟ କରାଯାଇଛି ଓ ଏହାକୁ ତିଖିନିଖି ରୂପେ ପାଳନ କରିବା ପାଇଁ ତାଗିଦ କରାଯାଇଛି ।

hiranchal ad1
Leave A Reply

Your email address will not be published.

four × 5 =