ବାଲିଗୁଡ଼ା: କନ୍ଧମାଳ ପୋଲିସ୍ ଏବେ ଫୁଲ୍ ଆକ୍ସନ ମୁଡ୍ ରେ । ଏଣିକି ଆଉ ନିସ୍ତାର ନାହିଁ । ଅମାନିଆଙ୍କୁ ମିଳିବ ଉଚିତ୍ ଶିକ୍ଷା । ବାରମ୍ବାର ସଚେତନ ପରେ ଏବେ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଲକ୍ ଡାଉନ୍ ନିୟମ ଉଲଘଂନ କାରୀଙ୍କୁ ପୋଲିସ କରୁଛି ସାବାଡ଼ ।
![hiring](https://hiranchallive.in/wp-content/uploads/2021/10/WhatsApp-Image-2021-10-19-at-9.23.48-PM.jpeg)
![](https://hiranchallive.in/wp-content/uploads/2020/04/a8eb1283-2bde-4fe7-8fd9-03294d1634e9-1024x768.jpg)
ବାଲିଗୁଡ଼ା ଥାନା ବୁଡାଗୁଡ଼ ଓ ରୁତୁଙ୍ଗିଆ ଅଞ୍ଚଳରୁ ୧୪ଜଣ ଅମାନିଆଙ୍କୁ ଗିରଫ କରିଥିବାବେଳେ କଁ.ନୁଆଗାଁ ଥାନା ଲେତିଙ୍ଗିଆ ଅଞ୍ଚଳରୁ ୬ଜଣ ଅମାନିଆଙ୍କୁ ଗିରଫ କରିଛି କ.ନୁଆଗାଁ ପୋଲିସ୍ । ସେପଟେ ଅମାନିଆଙ୍କୁ ଏଥର ଆଉ ଛଡ଼ାଯିବ ନାହିଁ । ଯିଏ ନିୟମ ଉଲଘଂନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍ ।
![hiranchal ad1](https://hiranchallive.in/wp-content/uploads/2021/05/hiranchal-advertisement.jpeg)