ତପସ୍ୱିନୀଙ୍କୁ ପକ୍ଷ ରଖିବାକୁ ହାଇକୋର୍ଟଙ୍କ ନୋଟିସ

0 109

କଟକ: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ସୁମିତ୍-ତପସ୍ୱିନୀ ବିବାଦ ମାମଲା । ତପସ୍ୱିନୀଙ୍କୁ ପକ୍ଷ ରଖିବାକୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ମାମଲାର ଶୁଣାଣି ଫେବୃୟାରୀ ୮ ତାରିଖରେ ହେବ । ତେବେ ସୁମିତ ଜଣେ ଅସହାୟ ସ୍ୱାମୀ ଓ ତାଙ୍କ ପିତା ସିନିୟର ସିଟିଜେନ ଦର୍ଶାଇଛନ୍ତି ସୁମିତଙ୍କ ଆଇନଜୀବୀ । ଏଭଳି ସ୍ଥଳେ ତାଙ୍କ ଘରକୁ ଏକାଧିକ ପ୍ରବେଶ ବେଆଇନ ବୋଲି କହିଛନ୍ତି ସୁମିତଙ୍କ ଓକିଲ । ସୁମିତ ତପସ୍ୱିତଙ୍କ ମଧ୍ୟରେ ହୋଇଥିବା ପାରିବାରିକ ମାମଲା ଏବେ ବି ବିଚାରାଧୀନ ରହିଛି । ତପସ୍ୱିନୀ ତାଙ୍କ ଶାଶୁ ଘରେ ରହିବା ପାଇଁ ଦୀର୍ଘ ଦିନ ଧରି ଶାଶୁ ଘର ଆଗରେ ଧାରଣା ଦେଇଥିଲେ । ଏହା ପରେ ଏକ ରାୟରେ ତାଙ୍କୁ ତାଙ୍କ ଶାଶୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଘଟଣା ଏବେ ବି ବିଚାରଧୀନ ଥିବା ବେଳେ ଆଜି ହାଇକୋର୍ଟଙ୍କ ପକ୍ଷରୁ ଏକ ଶୁଣାଣିରେ ତପସ୍ୱିନୀଙ୍କ ପକ୍ଷରୁ ପକ୍ଷ ରଖିବାକୁ ନୋଟିସ ଜାରି କରାଯାଇଛି ।

hiranchal ad1
Leave A Reply

Your email address will not be published.

19 − 19 =