ଭୁବନେଶ୍ୱରେ ପହଞ୍ଚିଲା ଓଡିଆ ଯବାନ ରାଣାପ୍ରତାପଙ୍କ ପାର୍ଥିବ ଶରୀର

0 84

ଭୁବନେଶ୍ୱର ୧୧।୧୨:  ଓଡିଶାରେ ପହଞ୍ଚିଲା ରାଣା ପ୍ରତାପଙ୍କ ପାର୍ଥିବ ଶରୀର। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ଓଡିଆ ଯବାନ ରାଣା ପ୍ରତାପ ଦାସଙ୍କ ପାର୍ଥିବ ଶରୀର । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଛି ରାଣାପ୍ରତାପଙ୍କ ପାର୍ଥିବ ଶରୀର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚି ଯବାନଙ୍କ ପାର୍ଥିବ ଶରୀରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତାମିଲୁନାଡୁର କୁନ୍ନରୁରେ ବାୟୁସେନାର ହେଲିକପ୍ଟର କ୍ରାସ୍‌ ହୋଇଥିଲା । ଏଥିରେ ଦେଶର ସିଡିଏସ୍‌ ବିପିନ୍‌ ରାଓ୍ୱତଙ୍କ ସମେତ ୧୩ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଏହା ପରେ ତାଙ୍କ ଜନ୍ମମାଟି ତାଳଚେର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁକୁ ନିଆଯିବ । ପାର୍ଥିବ ଶରୀର ଗାଁ ପରିକ୍ରମା କରାଯିବା ପରେ ଗାଁରେ ହିଁ ଶତ୍କାର ହେବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ରାଣା ପ୍ରତାପଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ। ଗାଁର ପ୍ରବେଶ ପଥରେ ଏକ ଅସ୍ଥାୟୀ ଶ୍ମଶାନ ପ୍ରସ୍ତୁତ କରାଯାଇଛି । ସେଠାରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ । ୨୦୧୭ ମସିହା ଜାନୁଆରୀରେ ଯେଉଁ ସ୍ଥାନରେ ରାଣା ପ୍ରତାପଙ୍କ ବାହାଘର ଭୋଜି ଭାତ ଆୟୋଜନ ହୋଇଥିଲା , ସେହି ସ୍ଥାନରେ ଏବେ ତାଙ୍କର ଦଶାହ କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଛି । ତାମିଲନାଡ଼ୁ କୁନ୍ନୁରଠାରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ୍ ରାୱତଙ୍କ ସହ ଓଡ଼ିଆ ଯବାନ ରାଣାପ୍ରତାପ ଦାସ ସହିଦ ହୋଇଥିଲେ। ତାଳଚେରର ରାଣାପ୍ରତାପ ବାୟୁସେନା ବିଭାଗରେ ଜୁନିଅର ଓ୍ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ ।

hiranchal ad1
Leave A Reply

Your email address will not be published.

18 + five =