ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

0 77

ନବରଙ୍ଗପୁର :ନବରଙ୍ଗପୁର ସ୍ଥାନୀୟ ଚାମୁରିଆ ଗୁଡା ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଗତ ଡିସେମ୍ବର ୨୮ ୨୦୨୧ ରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ନେତୃତ୍ୱରେ ସମସ୍ତ ବିଜେଡ଼ି ବିଧାୟକ ଓ ବିଜେଡି ର ବରିଷ୍ଠ ନେତା ମାନେ ରାଇଘର ବ୍ଲକର ଦୁର୍ନୀତି ନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଯାହାକୁ ବିଜେପି ପକ୍ଷରୁ ସ୍ୱାଗତ ଜଣାଇବା ସହ ଜିଲ୍ଲାର ୧୦ଗୋଟି ବ୍ଲକ ଏବଂ ୨ ଗୋଟି ରୌରାଞ୍ଚଳରେ ହୋଇଥିବା ଦୁର୍ନୀତି ର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଶାସକ ଦଳର ସାଂସଦ ଓ ବିଧାୟକଙ୍କୁ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ କରିଛନ୍ତି । ଓଡ଼ିଶାରେ ଦୀର୍ଘ ୨୨ ବର୍ଷ ର ଶାସନ ପରେ ଶାସକ ଦଳର ନିର୍ବାଚିତ ପ୍ରତିନିଧି ମାନଙ୍କ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଆମେ ବିରୋଧୀ ଦଳ ହିସାବରେ ପୂର୍ବରୁ ଗତ ଦିନରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ମନରେଗା ଯୋଜନାର ଦୁର୍ନୀତି ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲୁ କିନ୍ତୁ ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ନେବା ପରିବର୍ତ୍ତେ ଶାସକ ଦଳର ପ୍ରତିନିଧି ମାନେ ପ୍ରଶାସନିକ ଅଧିକାରୀ ମାନଙ୍କ ସୁରକ୍ଷା ଯୋଗାଇ ଆସୁଛନ୍ତି ।

hiring

ସେହିପରି ତେନ୍ତୁଳିଖୁଣ୍ଟି ବ୍ଲକର ପାଇଖାନା ଦୁର୍ନୀତି , ଚାନ୍ଦାହାଣ୍ଡି ବ୍ଲକର ମନରେଗା ଓ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନର ବଡ଼ ଧରଣର ଦୁର୍ନୀତି ସମ୍ପର୍କରେ ବିଡ଼ିଓଙ୍କୁ ଅବଗତ କରାଯିବା ସହ ଦାବିପତ୍ର ଏବଂ ଥାନା ଅଧିକାରୀଙ୍କୁ ଏତଲା ମଧ୍ୟ ଦିଆଯାଇ ଥିଲା କିନ୍ତୁ ତାହାର ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ବୋଲି କହିଛନ୍ତି । ମାନ୍ୟବର ସାଂସଦ ବୋଧହୁଏ ଭୁଲିଯାଇଛନ୍ତି ଯେ ସେ ଜିଲ୍ଲାର ଭିଜିଲାନ୍ସ ମୋନିଟରିଂ କମିଟିର ଅଧ୍ୟକ୍ଷ ବୋଲି, ସେ ଅଧ୍ୟକ୍ଷ ହିସାବରେ ତାଙ୍କର ନିରୁଙ୍କୁସ କ୍ଷମତା ରହିଛି ଜିଲ୍ଲାର ସମସ୍ତ ଯୋଜନା ରେ କାର୍ଯ୍ୟକ୍ଷମ ହେଉଥିବା ସମସ୍ତ କାର୍ଯ୍ୟକୁ ତଦାରଖ ଓ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିପାରିଥାନ୍ତେ କିନ୍ତୁ ଜିଲ୍ଲାପାଳଙ୍କ ନିକଟରେ ନେହୁରା ହେବ କୌଣସି ଆବଶ୍ୟକତା ନ ଥିଲା । ଉମରକୋଟ ବିଧାନସଭା ଆସନରେ ବିଜେପି ବିଧାୟକ, ରାଇଘର ବ୍ଲକ୍‌ରେ ଚାରିଟା ଯାକ ଜିଲ୍ଲା ପରିଷଦ ସଭ୍ୟ ବିଜେପିର ଓ ରାଇଘର ବ୍ଲକରେ ବିଜେପିର ବ୍ଲକ ଅଧକ୍ଷା ବିଜେଡ଼ି ଅସହ୍ୟ ହୋଇପଡ଼ି ନିଜ ଉପସ୍ଥିତି ଜାହିର କରିବା ପାଇଁ ଏପରି କରୁଛନ୍ତି । ଏଥିରେ ରାଜନୈତିକ ପ୍ରତିହିଂସା ପରାୟଣ ହୋଇ ରାଇଘର ବ୍ଲକ ପଛରେ ନ ପଡି ଜିଲ୍ଲାର ସବୁ ବ୍ଲକ ଓ ପୌରାଞ୍ଚଳର ହୋଇଥିବା ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଲେ ବିରୋଧୀ ଦଳ ଭାବରେ ଆମେ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିବୁ । ରାଇଘର ବ୍ଲକରେ ୧୦ ହଜାର ପାଇଖାନାର ଦୁର୍ନୀତି ହୋଇଥିବା ବିଜେଡି ଯେଉଁ ଅଭିଯୋଗ ଆଣିଛି ତାହା ସତ୍ୟ ନୁହେଁ ପ୍ରକୃତରେ ଏହା ୩୦ ହଜାରରୁ ଉର୍ଦ୍ଧ୍ୱ ପାଇଖାନାର ଦୁର୍ନୀତି ହୋଇଛି ।

ଏହି ଦୁର୍ନୀତି ରେ କିଏ ସମ୍ପୃକ୍ତ ତାର ଉଚିତ ତଦନ୍ତ ଓ ସାରା ଜିଲ୍ଲାର କେଉଁ କେଉଁ ଭେଣ୍ଡର, ବିଡ଼ିଓ ଓ ଯନ୍ତ୍ରୀଙ୍କ ଏକାଉଣ୍ଟରେ କେତେ ଟଙ୍କା ଯାଇଛି ଏହାର ସମ୍ପୂର୍ଣ୍ଣ ଉଚ୍ଚସ୍ତରୀୟ ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏବଂ ଜିଲ୍ଲା ବିଜେପିର ସଭାପତି ଜଗଦୀଶ ବିଶୋଇ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ, ଜିଲ୍ଲା ଯୁବ ମୋର୍ଚ୍ଚା ପ୍ରଭାରୀ କାହ୍ନୁ ଦାସ, ନଗର ସଭାପତି ପିଣ୍ଟୁ ମିଶ୍ର, ସନ୍ତୋଷ ମହାପାତ୍ର, ରାଇଘର ବ୍ଲକ ଅଧ୍ୟକ୍ଷ । ବିନ ଗଣ୍ଡ, ଉପାଧ୍ୟକ୍ଷ ବିଶ୍ୱନାଥ ସିଲ, ସୁଭମ ଚୌଧୁରୀଙ୍କ ସମେତ ଜିଲ୍ଲା ମିଡିଆ ସେଲର ଦେବଦାସ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ

hiranchal ad1
Leave A Reply

Your email address will not be published.

one × 1 =