ହନୁମାନ ମନ୍ଦିରର ଉନ୍ନତୀକରଣ ପାଇଁ ଅଣ୍ଟା ଭିଡିଲେ ସମାଜସେବୀ

0 200

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ ଟାକରା ପଞ୍ଚାୟତ ବୁଗୁଡ଼ା କଲୋନୀରେ ଥିବା ସତ୍ୟ ମହାବୀର ହନୁମାନ ମନ୍ଦିରର ଉନ୍ନତିକରଣ ପାଇଁ ସମାଜସେବୀ ଶ୍ରୀହରି ନାଏକ ବିଗତ ଦିନରେ ପ୍ରତିଶ୍ରୁତି ଦେଇଥିଲେ । କିଛିଦିନ ତଳେ ବୁଗୁଡ଼ା କଲୋନୀର ସମସ୍ତ ଗ୍ରାମବାସୀ ଶ୍ରୀ ନାଏକଙ୍କ ପାଖକୁ ଯାଇ କଲୋନୀ ଗ୍ରାମରେ ଥିବା ହନୁମାନ ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ଜଣାଇଥିଲେ । ହନୁମାନ ମନ୍ଦିରର ଉନ୍ନତି କରିବା ନିମନ୍ତେ ଶ୍ରୀ ନାଏକ ପ୍ରତିଶୁତି ମଧ୍ୟ ଦେଇଥିଲେ । ସୂଚନା ମୁତାବକ ଗତ ୧୮ ତାରିଖ ଦିନ ଶ୍ରୀ ନାଏକ , ବରିଷ୍ଠ ସାମ୍ବାଦିକ ସୁଶାନ୍ତ ସାହୁ , ପ୍ରିୟବ୍ରତ ଆଚାର୍ଯ୍ୟ , ଜନ୍ମେଜୟ ଆଚାର୍ଯ୍ୟ ବୁଗୁଡ଼ା କଲୋନୀ ସ୍ଥିତ ହନୁମାନ ମନ୍ଦିରରେ ପହଞ୍ଚି ମନ୍ଦିରର ସୁନ୍ଦର ସବୁଜିମା ପରିବେଶକୁ ଦେଖୁବା ସହିତ ମନ୍ଦିରର ଶୁଭ ଦେଇଥିଲେ । ଏହି ମହତ୍ କାର୍ଯ୍ୟ ପାଇଁ ଶ୍ରୀ ନାଏକଙ୍କୁ ଗ୍ରାମବାସୀ କଂ ତରଫରୁ ପ୍ରମୋଦ କୁମାର ତାନୀ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଧାର୍ମିକ କାର୍ଯ୍ୟ କୁ ପ୍ରଶଂସା କରି ଥିଲେ ।

hiranchal ad1
Leave A Reply

Your email address will not be published.

eight − seven =