ଜଙ୍ଗଲ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ

0 54

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଭୋଗବାଡ଼ି ପଞ୍ଚାୟତର ବାଲିସାହି ମଠ ପରିସରରେ ଜଙ୍ଗଲ ସୁରକ୍ଷା ମହାସଂଘ ଦଶପଲ୍ଲା ଜୋନ୍ ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁରେସନ ଜାନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ସୁରକ୍ଷା ମହାସଂଘର କୋଷାଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କିଶୋର ଚନ୍ଦ୍ର ଦଳବେହେରା ଯୋଗ ଦେଇ ବୃକ୍ଷରୋପଣକୁ ବ୍ୟାପକ କରିବା , ଜଙ୍ଗଲର ସୁରକ୍ଷା ଓ ସ୍ଵଚ୍ଛତା ପରିବେଶ , ଗୋଷ୍ଠୀ ଜଙ୍ଗଲ ଅଧିକାର , ବ୍ୟକ୍ତିଗତ ଅଧିକାର , ଜଳ , ଜଙ୍ଗଲ ଏବଂ ଜମି ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଆଲୋକପାତ କରିଥିଲେ । ଏଥି ସହିତ ସମସ୍ତଙ୍କୁ ସାନିଟାଇଜର୍ ଓ ମାସ୍କ ବଣ୍ଟନ କରାଯାଇଥିଲା । ଉକ୍ତ ବୈଠକରେ ଆଦିକନ୍ଦ ପ୍ରଧାନ , ନକୁଳ ଜାନୀ , ମମତା ବେହେରା , ଭମା ମାଝି , ଲୀଳବତି ମଳିକ , ଜଗନ୍ନାଥ ଭୋଇ , ସାଧୁଚନ୍ଦ୍ର ଜାନୀ , ପ୍ରହଲ୍ଲାଦ ନାୟକ , ପ୍ରଦୀପ କୁମାର ପ୍ରଧାନ ଓ ସୁଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ପାଦକ ବିଭୀଷଣ ନାୟକ ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

eighteen − 14 =