ଶଶୁର ଘରେ ଜ୍ୱାଇଁକୁ ଭୁଜାଲିରେ ଆକ୍ରମଣ

0 55

ରେଢାଖୋଲ : ବିବାହିତ ଶାଳୀର ପାରିବାରିକ ସମସ୍ୟାର ସମାଧାନ ପାଇଁ ଶଶୁର ଘରକୁ ଆସିଥିବା ଜ୍ୱାଇଁ ଭୁଜାଲି ଚୋଟରେ ଗୁରୁତର ହୋଇପଡିଛନ୍ତି । ବିଳମ୍ବିତ ରାତିରେ ଘରୁ ଟାଣି ନେଇ ତାଙ୍କୁ ଦୁର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଝାଙ୍କରପଡ଼ା ଗାଁରେ ଘଟିଛି । ଗୁରୁତର ଜ୍ୱାଇଁ ପ୍ରେମାନନ୍ଦ ବେହେରାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଝାଙ୍କରପଢା ଗାଁର ପୁଷ୍ପାଞ୍ଜଳି ସାହୁ କିଆକଟା ଥାନା ଅନ୍ତର୍ଗତ ଧୁଡିଆପଢା ଗାଁରେ ବିବାହ କରିଥିଲେ । ପାରିବାରିକ ସମସ୍ୟା ହେବାରୁ ସେ ୮ମାସ ହେବ ବାପ ଘରେ ଆସି ରହୁଥିଲେ । ଗତକାଲି ବିବାହିତ ଶାଳୀ ପୁଷ୍ପାଞ୍ଜଳିର ପାରିବାରିକ ସମସ୍ୟାର ସମାଧାନ ପାଇଁ ଭିଣୋଇ ପ୍ରେମାନନ୍ଦ ଶଶୁର ଘରକୁ ଯାଇଥିଲେ ।
ପ୍ରେମାନନ୍ଦ ରାତିରେ ଘରେ ଶୋଇଥିବା ବେଳେ ୩ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି କବାଟ ବାଡେଇଥିଲେ । ଘର ଲୋକ କବାଟ ଖୋଲିଲା ପରେ ଦୁର୍ବୃତ୍ତମାନେ ପ୍ରେମାନନ୍ଦଙ୍କୁ ଘରୁ ଟାଣି ନେଇ ଭୁଜାଲିରେ ଆକ୍ରମଣ କରିଥିଲେ । ପରେ ଭୁଜାଲି ଓ ବାଇକ୍‌ ଛାଡି ଚମ୍ପଟ ମାରିଥିଲେ ।
ପ୍ରେମାନନ୍ଦଙ୍କୁ ପ୍ରଥମେ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭୁଜାଲି ଓ ବାଇକ୍‌କୁ ଜବତ କରିଛି ଓ ଘଟଣାର ତଦନ୍ତ କରୁଛି ।

hiranchal ad1
Leave A Reply

Your email address will not be published.

12 − ten =