ନୟାଗଡ଼ରୁ ପୁଣି ଜବତ୍ ହେଲା ଧଳା ଜହର

0 143

ଦଶପଲ୍ଲା ୨୭।୧୧ :  ବ୍ରାଉନ ସୁଗାରର ଭୂ-ସ୍ବର୍ଗ ପାଲଟିଛି ନୟାଗଡ଼ ସହର । ବ୍ୟବସାୟ ପାଇଁ, ବ୍ରାଉନସୁଗାର୍ ନେଇ ଯାଉଥିବାବେଳେ ଚଢ଼ଉ କଲା ନୟାଗଡ଼ ପୁଲିସ୍ । ଦୁଇଜଣଙ୍କ ଠାରୁ ବ୍ରାଉନସୁଗାର ସହ ୯ ହଜାର ଟଙ୍କା ଓ ବାଇକ୍ ଜବତ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିଛି ପୁଲିସ୍ । ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଟାଉନଥାନା ଅନ୍ତର୍ଗତ ସିନ୍ଦୂରିଆ ଗ୍ରାମର ଜବିବୁଲା ଖାଁନ୍ ଓ ଦୁର୍ଗାପ୍ରସାଦ ଗ୍ରାମର ନିରଞ୍ଜନ ମହାରଣା ବ୍ରାଉନସୁଗାର ନେଇ ଯାଉଥିବା ନେଇ ପୁଲିସକୁ ବିଶେଷ ସୁତ୍ରରୁ ଜାଣିବାକୁ ପାଇଥିଲା । ଟାଉନଥାନା ଅଧିକାରୀଙ୍କ ତତ୍ୱାବଧାନରେ ଏକ ଟିମ୍ ଜବିବୁଲା ଓ ନିରଞ୍ଜନ ଗୋଟିଏ ବାଇକ୍ ନଂ(ଓଆର ୨୫ସି ୭୦୮୬)ରେ ବ୍ରାଉନ ସୁଗାର ନେଇ ଯାଉଥିବାବେଳେ ପୁଲିସ୍ ମାଡି ବସିଥିଲା । ଉଭୟଙ୍କୁ କାବୁ କରି ସେମାନଙ୍କ ଠାରୁ ୯.୭୨୦ ମି.ଲି ଗ୍ରାମ ବ୍ରାଉନସୁଗାର, ନଗଦ ୯ ହଜାର ଟଙ୍କା ଓ ମଟରସାଇକେଲ ଜବତ କରିବା ସହ ଉଭୟଙ୍କ ନାମରେ ଥାନାରେ କେସ୍ ନଂ-୨୩୮/୨୦୨୧ରେ ରୁଜୁ କରି ଗିରଫ୍ କରାଯାଇଥିବା ଟାଉନ ଥାନା ଅଧିକାରୀ ପ୍ରଜ୍ଞାପରିମିତା ଜେନା ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

ten + five =