ନୟାଗଡ଼ ଚିନିକଳରୁ ଚୋରି, ଧରାପଡିଲେ ୫ ଜଣ

0 133

ଦଶପଲ୍ଲା ୨୭।୧୧ : ନୟାଗଡ଼ ସଦର ଥାନା ପୁଲିସ୍ ପାଟ୍ରୋଲିଂ କରୁଥିବା ବେଳେ ୫ଜଣ ଚୋରକୁ ଗିରଫ୍ କରିଛି । ଗିରଫ୍ ହୋଇଥିବା ଚୋର ମାନେ ବାଲୁଗାଁ ଗ୍ରାମର ନିରାକାର ପ୍ରଧାନ(୨୫), କୀର୍ତ୍ତନ ସ୍ୱାଇଁ(୪୩), ଗଣିଆ ମାଝି(୩୭), ବାଲୁଗାଁ କେନାଲ ସାହିର କାର୍ତ୍ତିକ ରଥି ଓ କାଦୁଆ ଗ୍ରାମର ପୁରୀଆ କୁଣ୍ଡ(୩୫) । ସୂଚନାନୁସାରେ, ନୟାଗଡ଼ ସଦର ଥାନା ପୁଲିସ୍ ଗୁରୁବାର ବିଳମ୍ବିତ ରାତିରେ ପାଣିକୋଇଲା ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା । ସେହି ସମୟରେ ଉକ୍ତ ଚୋରମାନେ ନୟାଗଡ଼ ଚିନିକଳ ଆଡୁ ସାଇକେଲରେ ବିଭିନ୍ନ ଯନ୍ତ୍ରାଂଶ ସାମଗ୍ରୀ ଧରି ଆସୁଥିବା ବେଳେ ପୁଲିସକୁ ଦେଖି ସାଇକେଲ ପକାଇ ଦୌଡିଥିଲେ । ପୁଲିସ୍ ମଧ୍ୟ ସେମାନଙ୍କ ପିଛା କରି ଜଣଙ୍କୁ ଧରି ପଚରାଉଚରା କରିଥିଲା । ଚୋରମାନେ ଚିନିକଳ ଭିତରେ ପସି ମୂଲ୍ୟବାନ ଯନ୍ତ୍ରାଂଶ ଚୋରୀ କରି ସାଇକେଲ ନେଉଥିଲେ ବୋଲି ସ୍ୱୀକାର କରିଥିଲା । ଚୋରଠାରୁ ସମସ୍ତ ଘଟଣା ଶୁଣିବା ପରେ ଆଉ ୪ଜଣଙ୍କୁ ଘରୁ ଉଠାଇ ଆଣି ପଚରାଉଚରା କରିବା ପରେ ସମସ୍ତେ ସତକଥା ଓଗାଳିଥିଲେ । ସଦର ଥାନା ପୁଲିସ୍ ସେମାନଙ୍କଠାରୁ ସତ ଜାଣିବା ପରେ ଚୋରୀ ଯନ୍ତ୍ରାଂଶ ଓ ସାଇକେଲ ଜବତ କରିବା ସହ ସେମାନଙ୍କ ନାମରେ ଥାନାରେ କେସ୍ ନଂ-୧୮୦/୨୦୨୧ରେ ମାମଲା ରୁଜୁକରିଛି । ସେମାନଙ୍କୁ ଗିରଫ୍ କରି ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ସଦରଥାନା ଅଧିକାରୀ ଦୀପକ୍ କୁମାର ଖଣ୍ଡାୟତରାୟ କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 + 3 =