ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ପାରାଦ୍ୱୀପ କୋଭିଡ-୧୯ ହସ୍ପିଟାଲ

0 172

ପାରାଦ୍ୱୀପ: ପାରାଦ୍ୱୀପରେ ଆଜିଠାରୁ କୋଭିଡ ହସ୍ପିଟାଲ ଆରମ୍ଭ ହୋଇଛି । ପାରାଦ୍ୱୀପ ବିଜୁ ଯାତ୍ରୀ ନିବାସରେ ହୋଇଥିବା ଏହି ଗୋଭିଡ ହସ୍ପିଟାଲ ପାରାଦ୍ୱାପ ବନ୍ଦର, ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ତ୍ରିପାକ୍ଷିକ ଚୁକ୍ତି ଅନୁସାରେ କରାଯାଇଛି । ଏହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଜାହଜ ଚଳାଚଳ ମନ୍ତ୍ରୀ ଭିଡିଓ କନଫରେସିଂରେ ଉଦଘାଟନ କରିଛନ୍ତି । ଏହି ହସ୍ପିଟାଲରେ ପ୍ରଥମ ପର୍ଯ୍ୟାୟରେ ୫୦ ଆଇସୋଲେସନ ବେଡ ଓ ପାଞ୍ଚଟି ଆଇସିୟୁ ରହିଛି । ସେହିପରି ଏହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୭୦ଟି ବୃଦ୍ଧି କରାଯିବ । ଏହି ହସ୍ପିଟାଲରେ ବର୍ତ୍ତମାନ ୮ଜଣ ଡାକ୍ତର ଓ ୩୦ଜଣ ଷ୍ଟାଫ୍ ନର୍ସ ଓ ୧୮ଜଣ ଏଏନ୍ଏମ୍ ଷ୍ଟାଫ୍ ନିୟୋଜିତ ହୋଇଛନ୍ତି ।

hiring

ପାରାଦ୍ୱୀପର ବିଜୁ ମେମୋରିଆଲ ହସ୍ପିଟାଲର ମେଡିକାଲ ଅଫିସରଙ୍କୁ ଅଥରାଇଜ୍ଡ ଦାୟିତ୍ୱ ଓ ଅତିରିକ୍ତ ଜିଲ୍ଲାପାଳ ଡାଃ କାହ୍ନୁଚରଣ ଧିରଙ୍କୁ ପ୍ରଶାସନିକ ଦାୟିତ୍ୱ ଦିଆଯାଇଛି । ତେବେ ଏହି ହସ୍ପିଟାଲର ସମସ୍ତ ଖର୍ଚ୍ଚ ପାରାଦ୍ୱୀପ ବନ୍ଦର ବହନ କରିବ ବୋଲି ଚୁକ୍ତିନାମା ହୋଇଛି । ଏହି ହସ୍ପିଟାଲର ସମସ୍ତ ଶ୍ରେୟ ପାରାଦ୍ୱୀପ ବନ୍ଦର ଓ ପାରାଦ୍ୱୀପ ମୁ୍ୟନିସିପାଲିଟିକୁ ଦିଆଯାଇଛି । ପାରାଦ୍ୱୀପ ଏକ ସ୍ପର୍ଶକାତର ଅଂଚଳ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଠାରେ ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ଶୁଭ ଉନ୍ମୋଚନ ହୋଇଛି ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

15 − five =